29.1 C
Bhubaneswar
Saturday, April 27, 2024
Homeଓଡିଶାଆସିଲା ଲକ୍ଷେ ୭୪ ହଜାର କୋଭିସିଲ୍ଡ

ଆସିଲା ଲକ୍ଷେ ୭୪ ହଜାର କୋଭିସିଲ୍ଡ

ଭୁବନେଶ୍ୱର : ସୋମବାରଠୁ ଦେଶବ୍ୟାପୀ ମେଗା କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସାରା ଦେଶରେ ରେକର୍ଡ ସଂଖ୍ୟକ ପାଖାପାଖି କୋଟିଏ ଟିକାକରଣ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ୩.୩୨ ଲକ୍ଷ ଟିକାକରଣ ହୋଇଥିଲା । ଲଗାତାର ଦ୍ୱିତୀୟ ଦିନରେ ମଙ୍ଗଳବାର ରାଜ୍ୟରେ ୨.୯୨ ଲକ୍ଷ ଟିକାକରଣ ହୋଇଛି । କେନ୍ଦ୍ର ସରକାର ନିୟମିତ ଟିକା ଯୋଗାଉଥିବାରୁ ରାଜ୍ୟରେ ଟିକାଦାନ ପ୍ରକ୍ରିୟା ମାଇଲେଜ ଧରିଛି । ଇତିମଧ୍ୟରେ ମଙ୍ଗଳବାର ପୁଣି ରାଜ୍ୟକୁ ୧ ଲକ୍ଷ ୭୪ ହଜାର ଡୋଜ କୋଭିସିଲ୍ଡ ଆସିଛି । ମୁମ୍ବାଇରୁ ଏକ ସ୍ୱତନ୍ତ୍ର ବିମାନ ୧୫ଟି ବାକ୍ସରେ ପ୍ରାୟ ୪୮୦ କିଗ୍ରା ଓଜନର ଏହି ଟିକା ଧରି ଦିନ ୨ଟା୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ବର୍ତ୍ତମାନ ୬.୯୮ ଲକ୍ଷ କୋଭିସିଲ୍ଡ ଏବଂ ୪.୩୦ ଲକ୍ଷ କୋଭାକ୍ସିନ ରାଜ୍ୟ ସରକାରଙ୍କ ପାଖରେ ଗଚ୍ଛିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking