34.1 C
Bhubaneswar
Friday, March 29, 2024
Homeଓଡିଶାସ୍ନାନପୂର୍ଣ୍ଣମୀ ପାଇଁ ଆଜି ରାତିରୁ  ୧୪୪ଧାରା ଜାରି

ସ୍ନାନପୂର୍ଣ୍ଣମୀ ପାଇଁ ଆଜି ରାତିରୁ  ୧୪୪ଧାରା ଜାରି

ପୁରୀ : ୨୪ତାରିଖ ଗୁରୁବାର ଦିନ ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା । ସ୍ନାନଯାତ୍ରା ପରିପ୍ରେକ୍ଷୀରେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍, ବଡ଼ଦାଣ୍ଡ ଓ ବିଭିନ୍ନ ଗଳିକନ୍ଦିରେ ଆଜି ରାତିରୁ  ୧୪୪ଧାରା ଜାରି ହେବ । ତେବେ ସେବାୟତମାନେ ଯେପରି ନିର୍ବିରୋଧରେ ସେବା ପାଇଁ ପହଞ୍ଚିପାରିବେ ସେଥିପାଇଁ ଇନର କର୍ଡ଼ନର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କ ଗତିବିଧି ନିରୀକ୍ଷଣ ପାଇଁ ୧୫ଟି ସିସିଟିଭି କ୍ୟାମେରା ଲଗାଯିବ । ଇନର କର୍ଡ଼ନ ସହ ମିଡ଼ିଲ ଓ ଆଉଟର କର୍ଡ଼ନର ବ୍ୟବସ୍ଥା କରାଯାଇଛି। କୌଣସି ସାଧାରଣ ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ।

ଏହି କଟକଣାକୁ ସୁନିଶ୍ଚିତ କରାଯିବ । ସ୍ନାନଯାତ୍ରା ପାଇଁ ମୋଟ ୩୭ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ୫ଜଣ ଅତିରିକ୍ତ ଏସପି, ୨୩ଜଣ ଡ଼ିଏସପି ଓ ୪୧ଜଣ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ସୁରକ୍ଷାର ତଦାରଖ କରିବେ । ଆରକ୍ଷୀ ଅଧିକ୍ଷକ କେ. ବିଶାଲ ସିଂ ସ୍ନାନଯାତ୍ରା ଉପଲକ୍ଷେ ପୁଲିସ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହ କହିଛନ୍ତି ଯେ ପୁରୀବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ସୁରୁଖୁରୁରେ ସ୍ନାନଯାତ୍ରା ସମ୍ପନ୍ନ ପାଇଁ ଶ୍ରୀ ସିଂ ପୁରୀବାସୀଙ୍କ ସହଯୋଗ କାମନା କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ନାନ ପୂର୍ଣ୍ଣର୍ମୀର ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ । ପାସ ପାଇଥିବା ସେବାୟତମାନେ ଶ୍ରୀମନ୍ଦିରକୁ ଆସିବେ ଓ ଶ୍ରୀମନ୍ଦିର ପୁଲିସ ସେମାନଙ୍କୁ ଚିହ୍ନଟ କରିବେ ।

ସେବାୟତମାନେ ଇନର କର୍ଡ଼ନରେ ରହିବେ । ପାସ ନଥିବା ସେବାୟତଙ୍କୁ ଇନର କର୍ଡ଼ନରେ ରହିବା ପାଇଁ ଅନୁମତି ଦିଆଯିବ ନାହିଁ । କୋଭିଡ଼ ଗାଇଡ଼ଲାଇନ ଅନୁଯାୟୀ ସେବାୟତମାନଙ୍କ ପାଇଁ ମାସ୍କର ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କୁ ଜଳ ଲାଗି ଓ ହାତୀବେଶ ଅଣାଯିବା ଏବଂ ବେଶ ଲାଗି ହେବା ସମୟରେ ପୁଲିସ ସଜାଗ୍ ରହିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking