39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଅଧିକ ସନ୍ତାନ ଜନ୍ମ ପାଇଁ ମିଜୋରାମରେ ଲକ୍ଷେ ଟଙ୍କାର ପୁରସ୍କାର

ଅଧିକ ସନ୍ତାନ ଜନ୍ମ ପାଇଁ ମିଜୋରାମରେ ଲକ୍ଷେ ଟଙ୍କାର ପୁରସ୍କାର

ଆଇଜଲ୍ : ଭାରତର ବିକାଶରେ ବିଶାଳ ଜନସଂଖ୍ୟା ମୁଖ୍ୟ ବାଧକ ସାଜିଆସିଥିବା ବେଳେ ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମିଜୋରାମରେ ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହିତ କରାଯାଉଛି । ଏହି ରାଜ୍ୟରେ ମହିଳାମାନଙ୍କ ଗର୍ଭଧାରଣ ଶକ୍ତି ହ୍ରାସ ପାଉଥିବା ବେଳେ ଜନସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ଭାବେ ଅବନତି ଘଟୁଥିବାରୁ ଏହା ମୁଖ୍ୟ ଚିନ୍ତାର ବିଷୟ ହୋଇଛି । ତେଣୁ ଜନସଂଖ୍ୟା ବୃଦ୍ଧିରେ ସର୍ବାଧିକ ସହଯୋଗ କରୁଥିବା ଦମ୍ପତିଙ୍କ ପାଇଁ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଅର୍ଥାତ୍ ଯେଉଁ ଦମ୍ପତି ସର୍ବାଧିକ ସନ୍ତାନସନ୍ତତି ଜନ୍ମ କରିବେ, ସେମାନଙ୍କୁ ଲକ୍ଷେ ଟଙ୍କାରା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ରବିବାର ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ରବର୍ଟ ରୋମାୱିଆ ରୋୟଟେ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ ତାଙ୍କ ନିର୍ବାଚନମଣ୍ଡଳୀରେ ଯେଉଁ ଦମ୍ପତିଙ୍କର ସବୁଠାରୁ ଅଧିକ ସନ୍ତାନସନ୍ତତି ଥିବେ, ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ । କିନ୍ତୁ ସେ ସନ୍ତାନସନ୍ତତିଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ନେଇ କିଛି ବି ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଉକ୍ତ ଦମ୍ପତିକୁ ପ୍ରମାଣପତ୍ର ସହ ଟ୍ରଫି ମଧ୍ୟ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଗତ ରବିବାର ଫାଦର୍ସ ଡେ’ ଅବସରରେ ଏକ ବିବୃତିରେ କହିଛନ୍ତି । ରୋୟଟେ କହିଛନ୍ତି ଯେ କୌଣସି ପ୍ରକାର ବିକାଶମୂଳକ କାର୍ଯ୍ୟରେ ମିଜୋରାମର ବିଶେଷ ଭୂମିକା ରହିପାରୁନାହିଁ । କାରଣ ରାଜ୍ୟର ଜନସଂଖ୍ୟାରେ ଉଲ୍ଲେଖନୀୟ ଭାବେ ହ୍ରାସ ଘଟିଚାଲିଛି । ଜନସଂଖ୍ୟାରେ ହ୍ରାସ ଘଟିଲେ ମିଜୋରାମ ପରି ଏକ ରାଜ୍ୟ ତିଷ୍ଠି ରହିବା କଷ୍ଟକର ବୋଲି ରୋୟଟେ କହିଛନ୍ତି । ଏଥିସିହ ରାଜ୍ୟର କେତେକ ଚର୍ଚ୍ଚ ଓ ପ୍ରଭାବଶାଳୀ ସ୍ୱେଚ୍ଛାସେବୀ ସଂଗଠନ ଯଥା ୟଙ୍ଗ୍ ମିଜୋ ଆସୋସିଏସନ୍ ଜନ୍ମିତ ଶିଶୁଙ୍କ ସଂଖ୍ୟା ବଢ଼ାଇବା ସକାଶେ ଦମ୍ପତିମାନଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି ବୋଲି କ୍ରୀଡ଼ା ମନ୍ତ୍ରୀ ରୋୟଟେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking