28.1 C
Bhubaneswar
Saturday, April 27, 2024
Homeକରୋନାମାର୍କେଟରେ ମିଳିବ କୋଭିସିଲ୍ଡ, କୋଭାକ୍ସିନ

ମାର୍କେଟରେ ମିଳିବ କୋଭିସିଲ୍ଡ, କୋଭାକ୍ସିନ

ନୂଆଦିଲ୍ଲୀ: ଖୋଲା ବଜାରରେ ମିଳିବ କରୋନା ଟିକା କୋଭିସିଲ୍ଡ, କୋଭାକ୍ସିନ । ଖୋଲା ବଜାରରେ ବିକ୍ରି ନେଇ ସର୍ତ୍ତମୂଳକ ଅନୁମତି ମିଳିବ । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଡିସିଜିଆଇ ଅନୁମତି ପ୍ରଦାନ କରିଛି । କେବଳ ପ୍ରାପ୍ତବୟସ୍କଙ୍କ ବୟବହାର ପାଇଁ ମିଳିଲା ମାର୍କେଟ ଆପ୍ରୁଭାଲ ।

୨ଟି କରୋନା ଟିକାକୁ ଖୋଲା ବଜାରରେ ବିକ୍ରି ଅନୁମତି ମିଳିଲେ, ତାହା ଡୋଜ୍ ପ୍ରତି ୨୭୫ ଟଙ୍କାରେ ବିକ୍ରି ହୋଇପାରେ । ବର୍ତ୍ତମାନ ଉଭୟ ଭ୍ୟାକ୍ସିନ୍‌ରେ ୧୫୦ ଟଙ୍କା ସର୍ଭିସ୍ ଚାର୍ଜକୁ ମିଶାଇ ଘରୋଇ ହସ୍ପିଟାଲରେ ଡୋଜ୍ ପ୍ରତି ଦର କୋଭାକ୍ସିନର ୧୨ଶହ ଟଙ୍କା ଓ କୋଭିସିଲ୍ଡ ୭୮୦ ଟଙ୍କା ରହିଛି । ତେବେ ଏହାକୁ ହ୍ରାସ କରି ଏକ ନିର୍ଦ୍ଦିଷ୍ଟ ଦାମ୍ ଧାର୍ଯ୍ୟ କରିବାକୁ ସରକାର ଜାତୀୟ ଔଷଧ ଦର ନିୟାମକ ନାପାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଭ୍ୟାକ୍ସିନର ଡୋଜ୍ ପ୍ରତି ଦାମ୍ ୨୭୫ ଟଙ୍କା ହେଲେ, ତା ସହିତ ୧୫୦ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ ।ପୂର୍ବରୁ ଭାରତ ବାୟୋଟେକ୍‌ର କୋଭାକ୍ସିନ ଓ ସେରମ୍ ଇନ୍‌ଷ୍ଟିଟ୍ୟୁଟ୍‌ର କୋଭିସିଲ୍ଡ ଟିକାକୁ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ତେବେ ଏହି ୨ ଫାର୍ମା କଂପାନୀ ଟିକାକୁ ଖୋଲା ବଜାରରେ ବିକ୍ରି କରିବା ପାଇଁ ଡିସିଜିଆଇର ଅନୁମତି ଲୋଡ଼ିଥିଲେ। ବହୁ ତର୍ଜମା ପରେ ଚୂଡ଼ାନ୍ତ ଅନୁମୋଦନ ପାଇଁ ଡିସିଜିଆଇକୁ ବିଶେଷଜ୍ଞ କମିଟି ପକ୍ଷରୁ ସୁପାରିଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking