28.9 C
Bhubaneswar
Sunday, May 5, 2024
Homeଓଡିଶାକୋଭିଡ ସ୍ଥିତି ନେଇ କ'ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କୋଭିଡ ସ୍ଥିତି ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି । ବର୍ତମାନ ଯେଉଁ ଷ୍ଟ୍ରେନ ଆସିଛି, ତାହା ଅଧିକ ବେଗରେ ସଂକ୍ରମଣ କରୁଛି । ରାଜ୍ୟରେ ୨୮ ଲକ୍ଷ ୬୬ ହଜାର ୨୫୨ ଜଣ ଟିକା ନେଇ ସାରିଲେଣି । ଏବେ ଯେତିକି ଟିକା ଅଛି ଆଉ ୪ ଦିନ ଟିକାକରଣ କରିହେବ । ସବୁ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏବେ କରୋନା ସଂକ୍ରମଣ ମାଡିବାରେ ଲାଗିଛି । କଡ ଲେଉଟାଇ କରୋନା ଏବେ ଆଗକୁ ଆଗକୁ ମାଡିଚାଲିଛି । ରାଜ୍ୟରେ ଶତାଧିକ ସଂଖ୍ୟାରେ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ସମସ୍ତେ ସତର୍କ ହେବା ସହ ମାସ୍କ ପିନ୍ଧିବା ଏବଂ ହାତକୁ ବାରମ୍ବାର ସାନିଟାଇଜ କରିବାକୁ ପରାମର୍ଶ ଦିଆ ଯାଉଛି । ଏହାବ୍ୟତୀତ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking