40.1 C
Bhubaneswar
Thursday, April 25, 2024
Homeକରୋନାବସ୍ ସେବା ବନ୍ଦ ହେବା କାରଣରୁ ସମସ୍ୟାରେ ଯାତ୍ରୀ; ଅଟୋ ଚାଳକ ନେଉଛନ୍ତି ଦୁଇ ଗୁଣ...

ବସ୍ ସେବା ବନ୍ଦ ହେବା କାରଣରୁ ସମସ୍ୟାରେ ଯାତ୍ରୀ; ଅଟୋ ଚାଳକ ନେଉଛନ୍ତି ଦୁଇ ଗୁଣ ପଇସା

ନୂଆଦିଲ୍ଲୀ: ମହାରାଷ୍ଟ୍ର ପୁଣେରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠୁ ସାତ ଦିନ ପର୍ଯ୍ୟନ୍ତ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ । ଏହା ମଧ୍ୟରେ ମଲ୍‌, ସିନେମା ହଲ୍‌, ଓ ଧାର୍ମିକ ସ୍ଥଳ ବ୍ୟତୀତ ପିଏମପିଏମଏଲ ବସର ସଂଚାଳନ ବି ବନ୍ଦ ରହିବ । ପୁଣେରେ ପ୍ରାୟ ୧୭୦୦ ପିଏମପିଏମଏଲ ବସ ରହିଛି । ଏହା ବନ୍ଦ ହେବା କାରଣରୁ ଯାତ୍ରୀଙ୍କୁ ସମସ୍ୟା ହେଉଛି । ଲୋକଙ୍କ କହିବା କଥା ହେଲା ଯେ, ଯେଉଁଠି ପୂର୍ବରୁ ଗୋଟିଏ ଘଣ୍ଟା ସମୟ ଲାଗୁଥିଲାଏବେ ସେଠି ୨ରୁ ୩ ଘଣ୍ଟା ଲାଗୁଛି । ଅଟୋ ଚାଳକ ମଧ୍ୟ ଅଧିକ ପଉସା ନେଉଛନ୍ତି । ସେହିଭଳି ଡିପୋ ବ୍ୟବସ୍ଥାପକଙ୍କ କହିବା କଥା, ସକାଳୁ ଗୋଟିଏ ବି ବସ ବାହାରି ନାହିଁ । ଜରୁରୀ ସେବା ସହ ଜଡିତ ଲୋକେ ବାରମ୍ବାର ଫୋନ କରୁଛନ୍ତି । ବସ ସେବା ଆରମ୍ଭ କରିବାକୁ ଫୋନ କରି କହୁଛନ୍ତି । ହେଲେ ଆମେ କିଛି ପାରିବୁନି ।
ଆଜିଠୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଲକଡାଉନ ରହିବ । ଭୋଜନାଳୟ, ବାର୍ ଓ ରେସ୍ତୋରାଁ ବନ୍ଦ ରହିବ । ହେଲେ ଘରୁ ଖାଇବା ମଗାଇବା ସୁବିଧା ଜାରି ରହିବ । ମଲ୍‌, ସିନେମା ହଲ ଓ ଧାର୍ମିକ ସ୍ଥଳ ସାତ ଦିନ ଯାଏଁ ବନ୍ଦ ରହିବ । ଜିଲ୍ଲାରେ ବିବାହ ସମାରୋହ ଓ ଅନ୍ତିମ ସଂସ୍କାରକୁ ଛାଡି କୌଣସି ପ୍ରକାର ଜନସଭାରେ ପ୍ରତିବନ୍ଧକ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking