29.1 C
Bhubaneswar
Sunday, May 19, 2024
Homeଓଡିଶାଫୁଲବାଣୀରେ ୨ଟି ଅଂଚଳ ମାଇକ୍ରୋ କଣ୍ଟେନମେଣ୍ଟ

ଫୁଲବାଣୀରେ ୨ଟି ଅଂଚଳ ମାଇକ୍ରୋ କଣ୍ଟେନମେଣ୍ଟ

ଫୁଲବାଣୀ: ଫୁଲବାଣୀ ପୌରାଂଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ହୋଇଛି । ୨ ନମ୍ବର ୱାର୍ଡ ଡାକପାଲାର ସ୍କୁଲ ସାହି ଓ ୫ ନମ୍ବର ୱାର୍ଡର ୫ଟି ଘର କଣ୍ଟେନମେଣ୍ଟ ଘୋଷଣା ହୋଇଛି । ଡାକପାଲାର ସ୍କୁଲ ସାହିରୁ ୮ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ୫ ନମ୍ବର ୱାର୍ଡର ଗୋଟିଏ ଘରୁ ଜଣେ ଚିହ୍ନଟ ହୋଇଥିବା ସୂଚନା ରହିଛି । ଏହାପରେ ଫୁଲବାଣୀ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଅନ୍ୟପଟେ କଳାହାଣ୍ଡି ବୃନ୍ଦାବାହାଳ ପଂଚାୟତ ଲିମସେର ଗାଁ କଣ୍ଟେନମେଣ୍ଟ ଘୋଷଣା ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ସରପଂଚ । ୮ ତାରିଖ ମଧ୍ୟରାତ୍ର ଯାଏଁ କଣ୍ଟେନମେଣ୍ଟ ଘୋଷଣା ହୋଇଛି । ମୃତାକ୍ରାନ୍ତ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଆଧାରରେ ସରପଂଚ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା କରୁଥିବା ବେଳେ ମିନି କଣ୍ଟେନମେଣ୍ଟ ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking