26.1 C
Bhubaneswar
Wednesday, May 8, 2024
Homeକରୋନାଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୧୭ ହଜାର ୩୫୩ ପଜେଟିଭ୍ ଚିହ୍ନଟ, କଟକଣା କଡ଼ାକଡ଼ି...

ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୧୭ ହଜାର ୩୫୩ ପଜେଟିଭ୍ ଚିହ୍ନଟ, କଟକଣା କଡ଼ାକଡ଼ି ସହ ବ୍ୟାପକ ହେଉଛି ଟିକାକରଣ

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ଦେଶରେ ଦିନକୁ ଦିନ ଭୟଙ୍କର ରୂପ ନେବାକୁ ଲାଗିଛି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ସଂଘାତିକ ହେଉଛି । ଏହା ସାରା ଦେଶରେ ଖୁବ କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଛି । ଅଜି ବି ଦେଶରେ ଉପରମୁଖା ରହିଛି କରୋନା ପଜେଟିଭ୍ କେସ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୨ ଲକ୍ଷ ୧୭ ହଜାର ୩୫୩ ଜଣ ନୂଆ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଳାୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା ପଜେଟିଭ୍ କେସକୁ ମିଶାଇ ଦେଶରେ ସର୍ବମୋଟ କୋଭିଡ଼ କେସ୍ ୧କୋଟି ୪୨ ଲକ୍ଷ ୯୧ ହଜାର ୯୧୭କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟାରେ ୧,୧୮୫ ଜଣଙ୍କର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ବେଳେ ଏହାକୁ ମିଶାଇ ଦେଶରେ ୧ଲକ୍ଷ ୭୪ ହଜାର ୩୦୮କୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି ।

ଆଜି ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଗତ ୧୬ ଦିନ ଭିତରେ ଦେଶରେ ୨୧ ଲକ୍ଷ ୪୨ ହଜାର ୫୮୨ ନୂଆ କେସ୍ ଚିହ୍ନଟ ହୋଇଛି । ସେହିଭଳି ୧୧ ହଜାର ୮୪୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଲଗାତର ଭାବେ ଦୁଇଦିନ ହେଲା ଦେଶରେ କରୋନା ସଂକ୍ରମଣ କେସ୍ ୨ଲକ୍ଷରୁ ଅଧିକ ରହିଛି । ଗତକାଲି ଏହି ସଂଖ୍ୟ ୨୦୦,୭୩୯ ରହିଥିବା ବେଳେ ଆଜି ୨,୧୭,୩୫୩ କୁ ବୃଦ୍ଧି ପାଇଛି । ୧୪ ତାରିଖରେ ଏହି ହାର ୧ଲକ୍ଷ ୮୪ ହଜାର ୩୭୨ ତଳେ ରହିଥିଲା । ତେବେ ଗୋଟିଏ ପଟେ ଦେଶରେ କରୋନା ଦ୍ୱିତୀୟ ଲହର ଭୟଙ୍କର ହେଉଥିବା ବେଳେ ଅନ୍ୟପକ୍ଷେ ଟିକାକାରଣ ମଧ୍ୟ ଜୋରଦାର ହେଉଛି ।

ସାରା ଦେଶରେ ଏବେ ସୁଦ୍ଧା ୧୧ କୋଟି ୭୨ ଲକ୍ଷ ୨୩ ହଜାର ୫୦୯ ଜଣ ଲୋକଙ୍କୁ ଟିକା ଦିଆ ସରିଛି । ଗୁରୁବାର କେବଳ ୨୭ ଲକ୍ଷ ୩୦ ହଜାର ୩୫୯ ଜଣଙ୍କୁ ଟିକା ଦିଆଯାଇଛି । ଏହାସହ କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ କଟକଣା ମଧ୍ୟ କଠୋର କରାଯାଉଛି । ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ସହ ସର୍ଟ ଡାଉନ୍ ଲାଗୁ କରାଯାଇଛି । ତେବେ ସବୁଠୁ ଅଧିକ ଆକ୍ରାନ୍ତ ମହାରଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking