30.1 C
Bhubaneswar
Monday, May 20, 2024
Homeକରୋନାଦିଗବିଜୟ ସିଂ ଓ ରଣଦ୍ୱିପ ସୁରଜେୱାଲାଙ୍କୁ କୋରନା

ଦିଗବିଜୟ ସିଂ ଓ ରଣଦ୍ୱିପ ସୁରଜେୱାଲାଙ୍କୁ କୋରନା

ନୂଆଦିଲ୍ଲୀ : କଂଗ୍ରେସ ବରିଷ୍ଠ ନେତା ଓ ରାଜ୍ୟସଭା ସଦସ୍ୟ ସଦସ୍ୟ ଦିଗବିଜୟ ସିଂ କୋରନା ସଂକ୍ରମିତ ହୋଇଛନ୍ତି । ଶ୍ରୀ ସିଂ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ ସେ କୋଭିଡ ଟେଷ୍ଟ କରାଇଥିଲେ ଓ ରିପୋର୍ଟ ପଜେଟିଭ ଆସିଛି । ସେ ନିଜ ଦିଲ୍ଲୀ ସ୍ଥିତ ଘରେ କ୍ୱାରେନଟାଇନ ରେ ଅଛନ୍ତି । ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟଯେ, ଦିଗବିଜୟ ସିଂ ଦମୋହ ଉପ ନିର୍ବାଚନ ପ୍ରଚାରରେ ଭାଗ ନେଇଥିଲେ । ସେହି ସମୟରେ କୋରନା ସଂକ୍ରମିତ ହୋଇଥିବା ଅନୂମାନ କରାଯାଉଛି ।

ସେହିପରି ରଣଦ୍ୱିପ ସୁେଜେୱଲା ମଧ୍ୟ କୋରନା ସଂକ୍ରମଣ ପରେ ସେଲ୍ଫ ଆଇସୋଲେସନରେ ରହିଛନ୍ତି । ସେ ଗତ କିଛଇ ଦିନ ହେବ ଅନେକ ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ । ସେ ଶୁକ୍ରବାର ଦିନ ନିଜେ ଟ୍ୱିଟ କରି ଏହି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking