26.1 C
Bhubaneswar
Wednesday, August 10, 2022
Homeମହାବୀର ଜୟନ୍ତୀମହାବୀର ଜୟନ୍ତୀ ପାଳନର ମହତ୍ତ୍ୱ

ମହାବୀର ଜୟନ୍ତୀ ପାଳନର ମହତ୍ତ୍ୱ

ଭୁବନେଶ୍ୱର : ଦେଶରେ ମହାବୀର ଜୟନ୍ତୀ ଅନେକ ସ୍ଥାନରେ ଉତ୍ସବ ଭଳି ପାଳନ କରାଯାଇଥାଏ । କେବଳ ଏତିକି ନୁହଁ ଏହି ଦିନ ଅନେକ ରାଜ୍ୟରେ ଶୋଭା ଯାତ୍ରା ବାହାର କରାଯାଇଥାଏ । ଯେଉଁଥିରେ ଅନେକ ସଂଖ୍ୟାରେ ଲୋକ ଭାଗ ନେଇଥାନ୍ତି । ଜୈନ୍ୟ ଧର୍ମର ପ୍ରମୁଖ ପର୍ବ ହୋଉଛି ମହାବୀର ଜୟନ୍ତୀ । ଏହାକୁ ଧୁମ ଧାମରେ ପାଳନ କରାଯାଇଥାଏ । ଏହି ଦିନ ସ୍ୱାମୀ ମହାବୀରଙ୍କ ଜନ୍ମ ଚୈତ୍ର‌୍ୟ ଶୁକ୍ଲ ତ୍ରୟୋଦଶୀରେ ମନାଯାଇଥାଏ । ସ୍ୱାମୀ ମହାବୀର ଜୈନ ଧର୍ମର ୨୪ତମ ତିର୍ଥଙ୍କର ଥିଲେ । ତେଣୁ ତାଙ୍କ ଜନ୍ମ ଦିବସରେ ଏହି ପର୍ବ ପାଳନ କରାଯାଏ ।

ଜୈନ୍ୟ ଧର୍ମର ମାନ୍ୟତା ଅନୁସାରେ ସ୍ୱାମୀ ମହାବୀରଙ୍କ ଜନ୍ମ ବିହାରର କୁଣ୍ଡଲପୁର ଠାରେ ଏକ ରାଜ ପରିବାରରେ ହୋଇଥିଲା । ଭଗବାନ ମହାବୀରଙ୍କ ବାଲ୍ୟକାଳର ନାମ ବର୍ଦ୍ଧମାନ ଥିଲା । ମହାବୀର ମାତ୍ର ୩୦ ବର୍ଷ ବୟସର ଥିଲେ ଯେତେବେଳେ ସେ ଘର ଛାଡି ଥିଲେ ଓ ଦିକ୍ଷା ନେବା ପାଇଁ ଚାଲି ଯାଇଥିଲେ । ଦିକ୍ଷା ନେବା ପରେ ମହାବୀର ୧୨ ବର୍ଷ ଯାଏଁ ତପସ୍ୟା କରିଥିଲେ । କୁହାଯାଏ କି, ଭଗବାନ ମହାବୀରଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ତାଙ୍କ ସିଦ୍ଧାନ୍ତର ପାଳନ କରିବା ଆବଶ୍ୟକ ଥିଲା । ତାଙ୍କର ସବୁଠାରୁ ବଡ ସିଦ୍ଧାନ୍ତ ଥିଲା ଅହିଂସା । ତାଙ୍କ ପ୍ରତେକ ଭକ୍ତଙ୍କୁ ଅହିଂସା ସହିତ ସତ୍ୟ , ବ୍ରହ୍ମଚର୍ଯ୍ୟ ଭଳି ୫ ଟି ବ୍ରତର ପାଳନ କରିବା ଆବଶ୍ୟକ ହୋଇଥାଏ ।

ଅତି କମ ବୟସରୁ ଘର ତ୍ୟାଗ କରିଥିବା ମହାବୀର ନିଜ ସିଦ୍ଧାନ୍ତାରେ ଅଟଳ ଥିଲେ । କୁହାଯାଏ କି ସ୍ୱାମୀ ମହାବୀରଙ୍କର ନିଜ ସିଦ୍ଧାନ୍ତରେ ସମର୍ପଣର ଭାବ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଥିଲା । ସେ କହୁଥିଲେ ଯେ, କାହାଠୁ ମାଗି କରି, ପାର୍ଥନା କରି କିମ୍ବା ହାତ ଯୋଡି ଧର୍ମ ହାସଲ କରାଯାଇ ପାରିବ ନାହିଁ । ସେ ମାନୁଥିଲେ ଯେ, ଧର୍ମ କୌଣସି ବସ୍ତୁ ନୁହଁ , ଯାହା ମାଗିଲେ ମିଳିଯିବ । ଏହାକୁ ନିଜକୁ ଧାରଣ କରିବାକୁ ପଡିଥାଏ । ସ୍ୱାମୀ ମହାବୀର ଭକ୍ତି ରେ ନୁହଁ ଜ୍ଞାନ ଓ କର୍ମରେ ଭରସା ରଖୁଥିଲେ । ତାଙ୍କ ଅନୂଗାମୀ ମାନେ ଏହା ମାନୁଥିଲେ , ଆତ୍ମାର ଦୁଶ୍‌ପ୍ରଭାବକୁ ଭିନ୍ନ କରିଦିଆ
ଗଲେ କାହାକୁ ଜିତ୍ ହାସଲ କରିବା ପାଇଁ ଅଧିକ କଠିନ ହୋଇନଥାଏ ।

ଭାରତରେ ଅନେକ ଲୋକ ଜୈନ ଧର୍ମକୁ ପାଳନ କରିଥାନ୍ତି କିନ୍ତୁ ରାଜସ୍ଥାନ ଓ ଗୁଜୁରାଟ ରେ ଏହି ଧର୍ମ ଲୋକଙ୍କ ସଂଖ୍ୟା ସବୁଠାର ଅଧିକ ଦେଖିବାକୁ ମିଳିଥାଏ । ତେଣୁ ଏହି ରାଜ୍ୟ ଗୁଡିକରେ ଏହି ପର୍ବକୁ ମହାପର୍ବ ଭାବରେ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking