28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବଡ଼ ଖବର : ଆଜି ପୁଣି ରାଜ୍ୟରୁ ଚିହ୍ନଟ ହେଲେ ୩୪୪୩ ପଜିଟିଭ

ବଡ଼ ଖବର : ଆଜି ପୁଣି ରାଜ୍ୟରୁ ଚିହ୍ନଟ ହେଲେ ୩୪୪୩ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ପ୍ରତିଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାରି ମଧ୍ୟରେ ରାଜ୍ୟରେ ଆଜି ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ ପୁଲ୍‌ରୁ ୩୪୪୩ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୦୧୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୪୨୬ ଜଣ ସ୍ଥାନୀୟ ମାମଲା ଭାବେ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ପାଇଛି । ୩୬ହଜାର୭୪୩ ଜଣ ଏବେ ସକ୍ରିୟ ସଂକ୍ରମିତଭାବେ ଚିକିତ୍ସିତ ହେଉଛନ୍ତି । ଏଥିସହ ଆଶ୍ୱସ୍ତିକର ଖବର ଏହାକି ଯେ, ରାଜ୍ୟରୁ ୧ ଲକ୍ଷ ୮୧ ହଜାର ୪୮୧ ଜଣ ସଂକ୍ରମିତ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଚିହ୍ନଟ ହୋଇ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋଦ୍ଧାର୍ର ଜିଲ୍ଲାରୁ ସର୍ବାଧିକ ୬୦୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୫୯ ଜଣ, ଷ୍ଟେଟ ପୁଲ୍ ରୁ ୧୫୪ ଜଣ, ବାଲେଶ୍ୱରରୁ ୧୫୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking