ଉତ୍ତରପ୍ରଦେଶ : ଡିସେମ୍ବର ୬, ୧୯୯୨ ରେ ବହୁ ଚର୍ଚ୍ଚିତ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ । ଜଜ୍ ସୁରେନ୍ଦ୍ର କୁମାର ଯାଦବଙ୍କ ଏକ ସ୍ୱତନ୍ତ୍ର କୋର୍ଟ ଅଯୋଧ୍ୟାରେ ବିବାଦୀୟ ବାବ୍ରି ଭାଙ୍ଗିବାର ଅପରାଧିକ ମାମଲାରେ ତାଙ୍କ ରାୟ ଶୁଣାଇଛନ୍ତି। ବିଚାର କରୁଥିବା ଜଜ୍ କହିଛନ୍ତି ଯେ ଏହି ଭଙ୍ଗା ଯୋଜନା ପୂର୍ବ ଯୋଜନା ନୁହେଁ ବରଂ ଏକ ଦୁର୍ଘଟଣାଜନକ ଘଟଣା। ଦୋଷୀ ସାବ୍ୟସ୍ତ ହେବା ପାଇଁ କୌଣସି ଠୋସ୍ ପ୍ରମାଣ ନାହିଁ ବୋଲି କୋର୍ଟ କହିଛନ୍ତି । ସିବିଆଇ ଯେଉଁ ଆରୋପ ଲଗାଇଥିଲା, ତାର କୌଣସି ପ୍ରମାଣ ନାହିଁ । ତେଣୁ ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ ।
ଏହି ମାମଲାରେ ୪୯ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏଥିମଧ୍ୟରୁ ୧୭ଜଣଙ୍କର ମୃତ୍ୟୁ ହୋଇଛି। ସିବିଆଇର ଓକିଲ ତଥା ଅଭିଯୁକ୍ତମାନେ ପ୍ରାୟ ଆଠ ଶହ ପୃଷ୍ଠାର ଲିଖିତ ବିତର୍କ ଦାଖଲ କରିଥିଲେ । ଏହାପୂର୍ବରୁ ସିବିଆଇ ୩୫୧ ସାକ୍ଷୀ ଏବଂ ୬୦୦ରୁ ଅଧିକ ଡକ୍ୟୁମେଣ୍ଟାରୀ ପ୍ରମାଣ ପ୍ରସ୍ତୁତ କରିଥିଲା । ସେପ୍ଟେମ୍ବର ୩୦, ୨୦୧୯ରେ ସୁରେନ୍ଦ୍ର କୁମାର ଯାଦବ ଲକ୍ଷେ୍ନା÷ର ଜିଲ୍ଲା ଜଜ୍ ପଦରୁ ଅବସର ନେଇଥିଲେ, କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ରାୟ ନଦେବା ପର୍ୟ୍ୟନ୍ତ ଏହି ସେବା ବୃଦ୍ଧି କରାଯାଇଥିଲା। ସ୍ୱତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କ କାର୍ୟ୍ୟକାଳର ଅନ୍ତିମ ନିଷ୍ପତ୍ତି ସେପ୍ଟେମ୍ବର ୩୦ରେ ନିଆଯିବ ଜ୍ଝ ସେ ୨୦୧୫ ଠାରୁ ଏହି ମାମଲାର ଶୁଣାଣି କରୁଛନ୍ତି। ଏଲ.କେ ଆଡଭାନି, ମୁରଲୀ ମନୋହର ଯୋଶୀ ଏବଂ କଲ୍ୟାଣ ସିଂଙ୍କ ସମେତ ଅନେକ ଅଭିଯୁକ୍ତ ସ୍ୱତନ୍ତ୍ର କୋର୍ଟରେ ହାଜର ହେବାକୁ ଛାଡ ମାଗିଥିଲେ।