ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ରାଜସ୍ବ ଉପଖଣ୍ଡ ଦାବୀ ଆଲୋଚନା ଚକ୍ର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଠାରେ ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବୀ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏମ. ରାମପୁରକୁ ରାଜସ୍ବ ସବଡ଼ିଭିଜନର ମାନ୍ୟତା ଦେବା ପାଇଁ ଆଲୋଚନା କରାଯାଇଥିଲା। ଏଥିସହିତ ଏମ. ରାମପୁର ସମସ୍ତ ଦୃଷ୍ଟିକୋଣରୁ ରାଜସ୍ବ ସବଡ଼ିଭିଜନର ଭିତିଭୂମି ସହିତ ଯୋଗ୍ୟତା ପରିସରରେ ମଧ୍ୟ୍ୟରେ ଆସୁଛି। ସରକାରଙ୍କ ନିୟମ ମୁତାବକ ସମସ୍ତ ନିର୍ଦ୍ଧାରିତ ଗାଇଡ଼ ଲାଇନ ପୂରଣ ହେଉଛି। ତେଣୁ ଏହିଠାରେ ରାଜସ୍ବ ସବଡିଭିଜନର ଭିତିଭୂମି ପରିସରଭୁକ୍ତ ରହିଛି । ରାଜସ୍ବ ସବ ଡିଭିଜନ ମାନ୍ୟତା ପାଇବା ପାଇଁ ଏହି ବ୍ଲକର ଯଥାର୍ଥତା ରହିଛି । ଏଥିରେ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ଅନୁସୂଚିତ ଜାତି, ଅନୁସୂଚିତ ଜନ ଜାତି, ପଛୁଆ ବର୍ଗ, ସାଧାରଣ ବର୍ଗ ଓ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ସମର୍ଥନ କରିଥିଲ। ବ୍ଲକର ଅଧ୍ୟକ୍ଷ ଜିବେଶ ପଣ୍ଡାଙ୍କ ସହିତ ଆଦିବାସୀ ସଂଗ୍ରାମ ମଞ୍ଚର ସଭାପତି ପ୍ରକାଶ ମାଝୀ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବୀ ଜଣାଇବା ସହ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here