28.1 C
Bhubaneswar
Sunday, April 28, 2024
Homeଓଡିଶାପଟ୍ଟାମୁଣ୍ଡାଇ ମୁନସିପାରଲ୍ଟି ଦୁର୍ନୀତି ର ଚରମ ସିମା ଟପିଛି

ପଟ୍ଟାମୁଣ୍ଡାଇ ମୁନସିପାରଲ୍ଟି ଦୁର୍ନୀତି ର ଚରମ ସିମା ଟପିଛି

 

ପଟ୍ଟାମୁଣ୍ଡାଇ—ଘରୋଇ ସସ୍ଥାକୁ ପରିମଳ ଦାଇତ୍ଵ ଦିଆଯାଇ ହୋଇଛି ଅର୍ଥ ହଡପ ।

୨-୨୦ଟି ୱାର୍ଡକୁ ନେଇ ଗଠିତ ପରିଷଦକୁ ଦର୍ଶାଯାଇଛି ୨୪ଟି ୱାର୍ଡ ।

୩-ଅତିରିକ୍ତ ଜିଲ୍ଲାପାଳ ଓ ପୌରନିର୍ବାହୀ ଅଧିକାରୀ ଘଟଣା ଜାଣିନଥିବା ଦେଲେ ସଫେଇ ।

 

ଯେଉଁଠି ହାତମାରିବ ସେଠି ଦୁର୍ନୀତି । ୨୦୧୬ ମସିହାରୁ ୨୦୨୧ ପର୍ଯ୍ୟନ୍ତ ସଫେଇ ଓ ପରିମଳ ବ୍ୟବସ୍ଥାର ଦୁର୍ନୀତି ସୀମା ଟପିଛି । ସୂଚନା ଅଧିକାର ତଥ୍ୟ ଆଧାରରେରେ ମିଳିଥିବା ଏସବୁ ଦୁର୍ନୀତିର ଖୋଳତାଡ କରିବାକୁ କାହିଁକି କୁନ୍ଥୁକୁନ୍ଥୁ ହେଉଛନ୍ତି ଶିର୍ଷ ଅଧିକାରୀ ତାକୁନେଇ ସନ୍ଦେହ ଆହୁରି ଘନିଭୁତ ହେବାରେ ଲାଗିଛି ?

 

କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ସହର ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ୟ୍ୟାଳୟରେ ବିଗତ ବର୍ଷରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ଅନୁଦାନ ପାଣ୍ଠି , ଅସ୍ଥାୟୀ କର୍ମଚାରୀମାନଙ୍କ ନିଯୁକ୍ତି ସହ ପଟ୍ଟାମୁଣ୍ଡାଇ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମାନଙ୍କରେ ନିର୍ମାଣ ହୋଇଥିବା ୱେଲ କାମ, ଗେଟ, ଡ୍ରେନ୍ ଆଦି କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତେବେ ଏହି ଦୁର୍ନୀତି ସହିତ ଯୋଡି ହୋଇଛି ଆଉ ଏକ ସଙ୍ଘାତିକ କାରନାମା । ଗତ ୨୦୧୬ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ସଫେଇ ଓ ପରିମଳ କାର୍ଯ୍ୟରେ ହୋଇଥିବା ବ୍ୟାପକ ଅନିୟମିତତା ଓ ହେରଫେର ସମ୍ପର୍କରେ ସୂଚନା ଅଧିକାର ଆଇନ ମାଧ୍ୟମରେ ମଗାଯାଇଥିବା ତଥ୍ୟରୁ ଏହି ଚାଞ୍ଚଲ୍ୟ କର ଘଟଣା ସମନାକୁ ଆସିଛି। ଗତ ୨୦୧୬ /୧୭ ଆର୍ଥିକ ବର୍ଷରେ ପଟ୍ଟାମୁଣ୍ଡାଇ ପୌରପରିଷଦରେ ଘଟିଥିବା ଏହି ଅନିୟମିତତାର ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରାଯାଇଛି । ପଟ୍ଟାମୁଣ୍ଡାଇ ପୌରପରିଷଦରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ଗନ୍ଧ ଏଥିରୁ ବାରି ହୋଇ ପଡୁଥିବା ଜଣାପଡ଼ିଛି ।

 

ସୂଚନାଯୋଗ୍ୟ ଯେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପରୀମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୨୦୧୬ ମସିହାରେ କଟକର ଚନ୍ଦନ ସିକ୍ୟୁରିଟ ସର୍ଭିସ ନାମକ ଏକ ସଂସ୍ଥାକୁ ପୌରପରିଷଦ ପକ୍ଷରୁ ସଫେଇ ଓ ପରିମଳ କାର୍ଯ୍ୟରେ ନିଯୁକ୍ତ କରାଯାଇଥିଲା । ଏଥିନେଇ ପୌରପରିଷଦ ପକ୍ଷରୁ ଅର୍ଡର ନମ୍ବର ୩୧୦୮ ତାରିଖ ୨୬-୧୧-୨୦୧୬ରେ ଏକ ଆଦେଶ ନାମା ଜାରି କରଯାଇଥିଲା । କାର୍ଯ୍ୟ ଆରମ୍ଭରେ ଏହି ସଂସ୍ଥା ନିଜର କାର୍ଯ୍ୟ ଦକ୍ଷତା ଦେଖାଇବା ପାଇଁ ଉଦ୍ୟମ କରିଥିଲେ ହେଁ ପରବର୍ତ୍ତୀ ସମୟରେ ପରିମଳ ବ୍ୟବସ୍ଥା ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଯାଇଥିଲା । ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସହରବାସୀ ବାରମ୍ବାର ଦାବିକରି ଆସୁଥିବା ବେଳେ ପୌରକର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନଥିବା କାରଣରୁ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ଚାରିଆଡେ କୃଢକୁଢ ଅଳିଆ ଆବର୍ଜନା ଓ ଡ୍ରେନର ମଇଳାପାଣି ସହରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି । ପରନ୍ତୁ ପୌରକର୍ତ୍ତୃପକ୍ଷ ଚନ୍ଦନ ସିକ୍ୟୁରିଟ ସର୍ଭିସ ଘରୋଇ ସଂସ୍ଥାକୁ ଲକ୍ଷଲକ୍ଷ ଟଙ୍କା ବିଲପୈଠ କରିଛନ୍ତି ।

ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହେଲା କି, ପଟ୍ଟାମୁଣ୍ଡାଇ ପୌରପରିଷଦ ସମୁଦାୟ ୨୦ ଟି ଓ୍ବାଡକୁ ନେଇ ଗଠିତ ହୋଇଥିବା ବେଳେ ଏହାର ଜନସଂଖ୍ୟା ୩୬ ହଜାର ୫୨୮। କିନ୍ତୁ ଚନ୍ଦନ ସିକ୍ୟୁରିଟ ସର୍ଭିସ ୨୪ଟି ଓ୍ବାର୍ଡରେ ପରିମଳ ଓ ସଫେଇ କାର୍ଯ୍ୟ କରିଥିବା ଭାଉଚରରେ ଉଲ୍ଲେଖକରି ପୌର ପରିଷଦ ଚନ୍ଦନ ସିକ୍ୟୁରିଟ ସର୍ଭିସକୁ ବିଲ ପୈଠ କରିଛି । ନିର୍ବାଚିତ ପଟ୍ଟାମୁଣ୍ଡାଇ ପୌରପରିଷଦର କାର୍ଯ୍ୟକାଳ ଗତ ୨୦୧୮ ମସିହା ସେପ୍ଟେମ୍ବର ମାସ ଠାରୁ ସରିଯାଇଥିବା ବେଳେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ଏହି ପୌର ପରିଷଦ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ପୌରପରିଷଦରେ ଘଟିଥିବା ଏଭଳି ଏକ ଦୁର୍ନୀତିର ଗନ୍ଧ ଅତିରିକ୍ତ ଜିଲ୍ଲାପାଳ କିପରି ବାରି ପାରିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ପୌରନିର୍ବାହୀ ଅଧିକାରୀ ପାସଫର ପ୍ରେମେଣ୍ଟ ଅର୍ଡରରେ ସ୍ବାକ୍ଷର କରିଥିବାରୁ ସମୁଦାୟ ଘଟଣାକୁ ନେଇ କୌତୁହଳ ସୃଷ୍ଟି କରିଛି । ଭାଉଚରରେ ତତତ୍କାଳୀନ ପୌରାଧକ୍ଷାଙ୍କ କାଉଣ୍ଟର ଦସ୍ତଖତ ନଥିବା ଜଣା ଯାଇଛି ।

ତେବେ ପୌରନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁ ଏହି ଘଟଣା ତାଙ୍କ ସମୟରେ ହୋଇନାହିଁ ବୋଲି କହି କଥା ଟାଳିବାକୁ ଚେଷ୍ଟା କରିଥିବା ବେଳେ ଏଭଳି ଅନିୟମିତତା କିପରି ତାଙ୍କ ଦୃଷ୍ଟିକୁ ଆସିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚନ୍ଦନ ସିକ୍ୟୁରିଟି ସର୍ଭିସ ପ୍ରତି ମାସରେ ୫ଲକ୍ଷ ୭୭ ହଜାରେ ୪୩୫ ଟଙ୍କା ଦାବି କରିଥିବା ବେଳେ ପୌରପରିଷଦ ତାଙ୍କୁ ୫ ଲକ୍ଷ ୨୭ ହଜାର ୮୨୯ ଟଙ୍କା ବିଲ ପୈଠ କରିଛନ୍ତି। ଜନୈକ ସୂଚନା କର୍ମୀ ବିଶ୍ବଜିତ ପାତ୍ର ପୌରପରିଷଦରୁ ଜାଣିବାକୁ ଚାହିଁଥିବା ତଥ୍ୟରୁ ପୌରପରିଷଦର ଦୁର୍ନୀତିର କାରନାମା ପଦାକୁ ଆସିଛି ।

 

ଘଟଣା ସମ୍ପର୍କରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ତଥା ପୌରାଞ୍ଚଳର ପ୍ରଶାସକ ବସନ୍ତ ରାଉତଙ୍କୁ ପଚରାଯିବାରୁ, ଏହି ଦୁର୍ନୀତି ଘଟଣା ସମୟରେ, କେନ୍ଦ୍ରାପଡା ଜିଲ୍ଲାରେ ତାଙ୍କର ଜନ୍ମ ନଥିଲା ବୋଲି ତାଛଲ୍ୟ କରି ମତବ୍ୟକ୍ତ କରିଛନ୍ତି । ପଟ୍ଟାମୁଣ୍ଡାଇ ପୌରପରିଷଦର ପ୍ରଶାସକ ଦାୟିତ୍ୱରେ ଥିବା ଜଣେ ଉଚ୍ଚ ପଦାଧିକାରୀଙ୍କ ଏତାଦୃଶ ଦାୟିତ୍ୱ ହୀନ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନ ପ୍ରଶାସକ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ, ପୌରନିର୍ବାହୀ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ତଦନ୍ତ ଦାବିକରିଛନ୍ତି । ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ଏହି ଘଟଣାକୁ ନିନ୍ଦା କରିବା ସହିତ ଏକ ନିରପେକ୍ଷ ତଦନ୍ତ ସଂସ୍ଥା ଦ୍ବାରା ପୌରପରିଷଦରେ ଘଟିଥିବା ଦୁର୍ନୀତିର ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଂମ୍ପାଦକ ଗୋପିନାଥ ତ୍ରିପାଠୀ ପଟ୍ଟାମୁଣ୍ଡାଇ ପୌରପରିଷଦରେ ଘଟିଥିବା ଓ ଘଟୁଥିବା ମହା ଦୁର୍ନୀତିର ପର୍ଦ୍ଦାଫାସ୍ କରି ଦୁର୍ନୀତିଖୋର କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ ସରକାର ସ୍ବଛତାର ପ୍ରମାଣ ଦେବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking