27.1 C
Bhubaneswar
Friday, March 29, 2024
Homeଓଡିଶାଯୋଡ଼ାମ୍ବ ପଞ୍ଚାୟତକୁ ବ୍ଲକ ଓ ତହସିଲ ଘୋଷଣା ଦାବୀ 

ଯୋଡ଼ାମ୍ବ ପଞ୍ଚାୟତକୁ ବ୍ଲକ ଓ ତହସିଲ ଘୋଷଣା ଦାବୀ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳବାସୀଙ୍କ ପକ୍ଷରୁ ଯୋଡ଼ାମ୍ବ ପଞ୍ଚାତୟକୁ ବ୍ଲକ ଓ ତହସିଲ ଘୋଷଣା ଦାବୀରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ହେବା ପରେ ସରକାରଙ୍କ ବିଭିନ୍ନ ଯୋଜନା କିଛି ଗ୍ରାମରେ ପହଞ୍ଚିଛି । କିନ୍ତୁ ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ , ପଣସପୁଟ , ଯନ୍ତ୍ରୀ ଭଳି ଅନେକ ପଞ୍ଚାୟତବାସୀ କୌଣସି କାମରେ ବ୍ଲକ କିମ୍ବା ତହସିଲକୁ ଆସିବାକୁ ହେଲେ ବହୁ ସମୟ ଅପଚୟ ହେଉଛି । ଯନ୍ତ୍ରୀ ପଞ୍ଚାୟତଠାରୁ ଚିତ୍ରକୋଣ୍ଡା ବ୍ଲକ ଓ ତହସିଲ ୮୦ କିଲୋମିଟର ଥିବା ବେଳେ ପଣସପୁଟ ୬୦ କିଲୋମିଟର , ଗାଜଲମାମୁଡି ୬୫ କିଲୋମିଟର , ଅଣ୍ଡ୍ରାପାଲି ୬୦ କିଲୋମିଟର ଦୂର ରହିଛ । ସେହଭଳି ହନ୍ତାଳଗୁଡା , ଧୂଳିପୁଟ ଘାଟି ଓ ଯନ୍ତ୍ରୀ ପଞ୍ଚାୟତ ବାସୀଙ୍କୁ ଆନ୍ଧ୍ର ସିମା ଦେଇ ଚିତ୍ରକୋଣ୍ଡା ବ୍ଲକକୁ ଆସିବାକୁ ପଡ଼ୁଛି । ଏଥିପାଇଁ ୬ ରୁ ୮ ଘଣ୍ଟା ସମୟ ଲାଗୁଥିବାରୁ କାମ ଶେଷ କରି ନିଜ ଗ୍ରାମକୁ ଗୋଟିଏ ଦିନରେ ଫେରିବା କଷ୍ଟକର ହୋଇପଡ଼ୁଛି । ତେଣୁ ଯୋଡାମ୍ବ ଠାରେ ଏକ ନୂତନ ବ୍ଲକ ଓ ତହସିଲ ପ୍ରତିଷ୍ଠା ପାଇଁ ସ୍ୱାଭିମାନ ଅଞ୍ଚଳବାସୀ ଦାବୀ କରିଛନ୍ତି । ଆଜି ସ୍ୱାଭିମାନ ଅଞ୍ଚଳର ପଣସପୁଟ, ଯୋଡ଼ାମ୍ବ, ଜନ୍ତୁରାଇ, ଦାର୍ଲାବେଡ଼ା ଓ ଗାଜଲମାମୁଡ଼ି ପ୍ରଭୃତି ୫ ଟି ଗ୍ରାମର ଗ୍ରାମବାସୀ ଆଜି ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking