26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଲକ ଡାଉନ ଶେଷ ହେବା ପରେ ଚାଲିପାରେ ଟ୍ରେନ !

ଲକ ଡାଉନ ଶେଷ ହେବା ପରେ ଚାଲିପାରେ ଟ୍ରେନ !

ନୂଆଦିଲ୍ଲୀ: ଏବେ ମହାମାରୀ କରୋନା ଭାଇରସ ସମଗ୍ର ଦୁନିଆରେ ତାଣ୍ଡବ କରୁଛି । ଭାରତରେ ଏହାର ସଂକ୍ରମଣକୁ ରୋକିବା ପାଇଁ ମୋଦି ସରକାର ଦେଶବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି । ସେଥିପାଇଁ ଟ୍ରେନ, ମେଟ୍ରୋ, ଫ୍ଲାଇଟ ଏବଂ ସାର୍ବଜନୀକ ପରିବହନ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ତେବେ ଏହି ଲକ ଡାଉନ ମେ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାରି ମଧ୍ୟରେ ଭାରତୀୟ ରେଳ ବିଭାଗ ଲକ ଡାଉନ ଶେଷ ହେବା ପରେ କିଛି ସ୍ୱତନ୍ତ୍ର ଟ୍ରେନ ଗଡିବ ବୋଲି ଚିନ୍ତା କରୁଛି । ସୂଚନା ଅନୁସାରେ, ଲକ ଡାଉନ ଶେଷ ହେବା ପରେ ଆରମ୍ଭରେ କିଛି ସ୍ୱତନ୍ତ୍ର ଟ୍ରେନ ଗଡିବାର ପ୍ରସ୍ତାବ ରହିଛି । ତେବେ ଏହି ଟ୍ରେନ କେବଳ ଗ୍ରୀନ ଜୋନ ପାଇଁ ଚାଲିବ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଲୋକ ଯାତ୍ରା କରିବେ ବୋଲି ସୂଚନା ରହିଛି । ହେଲେ କଣ୍ଟେନମେଣ୍ଟ ଓ ହଟସ୍ପଟ ଜୋନରେ କୌଣସି ପ୍ରକାର ଯାତ୍ରୀବାହୀ ଟ୍ରେନ ଗଡିବ ନାହିଁ । ତେବେ ଏହି ଟ୍ରେନମାନଙ୍କର ଭଡା ବି ଅଧିକ ରହିବ,ଯାହା ଫଳରେ ଲୋକମାନେ କେବଳ ଏମରଜେନ୍ସିରେ ହିଁ ଯାତ୍ରା କରିବେ । ଏହାପୂର୍ବରୁ ରେଳ ବିଭାଗ ସିନିୟର ସିଟିଜେନ, ଦିବ୍ୟାଙ୍ଗ, ଛାତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଦେଉଥିବା ରିହାତିକୁ ମଧ୍ୟ ବନ୍ଦ କରିସାରିଛି । ଯେ ପର୍ଯ୍ୟନ୍ତ କରୋନା ଭାଇରସର ପ୍ରକୋପ ଭାରତରୁ ସଂପୂର୍ଣ୍ଣ ରୂପେ ନ ହଟିଛି, ସେ ପର୍ଯ୍ୟନ୍ତ ଯେତେ ସମ୍ଭବ କମରୁ କମ ଲୋକ ଯାତ୍ରା କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking