39.1 C
Bhubaneswar
Wednesday, April 24, 2024
Homeଓଡିଶାନିଜ ଘରକୁ ଫେରିଯିବା ପାଇଁ ଗୁହାରି : କ୍ୱାରେଣ୍ଟାଇନରେ ୨୩ ଦିନ ବିତିଲାଣି

ନିଜ ଘରକୁ ଫେରିଯିବା ପାଇଁ ଗୁହାରି : କ୍ୱାରେଣ୍ଟାଇନରେ ୨୩ ଦିନ ବିତିଲାଣି

ପାଇକମାଳ : ରାୟପୁର ନିକଟସ୍ଥ ଚୋରଦାରେ ରାଜମିସ୍ତ୍ରୀ କାମ କରୁଥିବା ୬ଜଣ ଶ୍ରମିକ ୫ଦିନ ହେଲା ଚାଲି ଚାଲି ଆସି ୩ତାରିଖ ପାଇକମାଳ ଛକରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ପଚରାଉଚରା କରିବାରୁ ସେମାନେ ସମସ୍ତେ ନୟାଗଡ ଜିଲ୍ଲା ଶରଣପୁର ଥାନା ବଉଁସାଶାଶନ ଗ୍ରାମର ବୋଲି କହିଥିଲେ । ଦୀର୍ଘଦିନ ହେଲା ରାୟପୁରରେ ରହି ରାଜମିସ୍ତ୍ରୀ କାମ କରୁଥିଲେ । ସେଠାରେ ଠିକାଦାର ଛାଡି ପଳାଇଯିବାରୁ ଖାଇବାକୁ ନପାଇ ୫ଦିନ ହେଲା ଚାଲିଚାଲି ଆସୁଥିଲେ । ବାଟରେ ବଦାନ୍ୟ ବ୍ୟକ୍ତି ଓ ପେଟ୍ରୋଲ୍ ଟାଙ୍କିରେ ବିସ୍କୁଟ ଖାଇ ରହିଥିଲେ । ୨ ତାରିଖ ରାତିରେ ନୂଆପଡ଼ାରେ ରହିଥିଲେ । ନୂଆପଡାରୁ ଚାଲି ଚାଲି ଆସୁଥିବା ବେଳେ ପାଇକମାଳ ଛକରେ ପୁଲିସ ଅଟକାଇ ପାଇକମାଳ ହାଇସ୍କୁଲରେ ଥିବା କ୍ୱାରେଣ୍ଟାଇନ ଗୃହରେ ରଖିଥିଲେ । ସେମାନେ ହେଲେ ଧୁଷା ନୟକ(୪୫) ବାବୁଲା ନୟକ(୩୬) କୁନା ନୟକ(୧୮) ବାବୁ ନୟକ(୨୫)ସନିଆ ନାୟକ(୧୮) ନିଲୁ ନୟକ(୧୮) । ସମସ୍ତେ ଗୋଟିଏ ଗ୍ରାମର ବୋଲି ଜଣାପଡ଼ିଛି । ପାଇକମାଳ ସରପଞ୍ଚ ଧବଳେଶ୍ୱର ସାହୁ ସେମାନଙ୍କୁ ସରକାରଙ୍କ ଯୋଜନାରେ ରନ୍ଧା ହୋଇଥିବା ଖାଦ୍ୟ ଯୋଗାଇ ଦେଇଆସୁଛନ୍ତି । ପାଇକମାଳ ହାଇସ୍କୁଲରେ ଶ୍ରମିକମାନେ ୨୩ ଦିନ ହେଲା କ୍ୱାରେଣ୍ଟାଇନରେ ରହିଛନ୍ତି । ଶ୍ରମିକମାନେ ନିଜ ନିଜଘର ନୟାଗଡ ଯିବା ପାଇଁ ଗୁହାରି କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking