28.1 C
Bhubaneswar
Saturday, April 27, 2024
HomeUncategorizedଏଚଆଇଭି ଔଷଧ ରେ ଭଲ ହେବେ କୋରୋନା: ଥାଇଲାଣ୍ଡ ଡାକ୍ତରଙ୍କ ଦାବି

ଏଚଆଇଭି ଔଷଧ ରେ ଭଲ ହେବେ କୋରୋନା: ଥାଇଲାଣ୍ଡ ଡାକ୍ତରଙ୍କ ଦାବି

ଭୁବନେଶ୍ୱର : ବିଶ୍ୱରେ ଆତଙ୍କ ମଚାଉଥିବା କୋରୋନା ଭାଇରସର ଚିକିତ୍ସା ପାଇଁ ବାହାରିଲା ଔଷଧ । ଫ୍ଲୁ ଓ ଏଚଆଇଭି ଔଷଧକୁ ମିଶାଇ କୋରୋନା ଭାଇରସ ସଂକ୍ରମିତ ରୋଗୀଙ୍କୁ ଦେଲେ, ମାତ୍ର ୪୮ ଘଣ୍ଟା ମଧ୍ୟରେ ରୋଗୀ ଭଲ ହୋଇପାରୁଛି ବୋଲି ଥାଇଲାଣ୍ଡର ଡାକ୍ତର ଦାବି କରିଛନ୍ତି । ବ୍ୟାଙ୍କକରେ ଥିବା ରାଜାଭିଥି ହସପିଟାଲର ଏକ ବରିଷ୍ଠ ଡାକ୍ତରୀ ଟିମ ବିଭିନ୍ନ ବୟସର ୧୯ ଜଣ କୋରୋନା ଭାଇରାସ ସଂକ୍ରମିତ ରୋଗୀଙ୍କୁ ପରୀକ୍ଷା ମୂଳକ ଭାବେ ଏହି ଔଷଧ ଦେଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ୭୦ ବର୍ଷର ବୃଦ୍ଧା ରହିଥିଲେ । ତାଙ୍କୁ ଥାଇଲାଣ୍ଡର ଏକ ଡାକ୍ତରୀ ଦଳ ଫ୍ଲୁ ଔଷଧ ଓସେଲତାମିଭିର ସହ ଏଚଆଇଭି ଔଷଧ ଲୋପିନାଭିର ଓ ରିଟୋନାଭିର ମିଶାଇ ଖାଇବାକୁ ଦେବାର ମାତ୍ର ୪୮ ଘଣ୍ଟା ପରେ ସେ ସୁସ୍ଥହେବାକୁ ଲାଗିଲେ । ପରୀକ୍ଷାରୁ କୋରୋନା ଭାଇରସ ନେଗେଟିଭ ରିପୋର୍ଟ ଆସିଥିଲା । ଖାଲି ସେତିକି ନୁହେଁ, ୧୯ ଜଣଙ୍କ ମଧ୍ୟରୁ ୧୧ ଜଣ ରୋଗୀ କୋରୋନା ଭାଇରସ ମୁକ୍ତ ହୋଇଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।ସେମାନଙ୍କର ରିପୋର୍ଟ କରୋନା ନେଗେଟିଭ ଆସିବା ସହିତ ବାକି ୮ ଜଣ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ଏହି ନୂଆ ଚିକିତ୍ସା ପଦ୍ଧତି ସଂପର୍କରେ ଥାଇଲାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ସଂପୃକ୍ତ ଡାକ୍ତରଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ଉପରେ ଏବେ ମଧ୍ୟ ସେମାନେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି ବୋଲି କହିଛନ୍ତି ଡାକ୍ତର ଆଚିପୋରନୱାନିଚ୍ । ଏବେ ଏହାକୁ ଅନ୍ୟଦେଶ ମଧ୍ୟ ଗ୍ରହଣ କରିଛନ୍ତି । ଚୀନ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଏଚଆଇଭି ଔଷଧକୁ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କୁ ଦେବା ପାଇଁ ସ୍ୱୀକୃତୀ ଦେଇଛନ୍ତି । ଆଣ୍ଟି ଏଚଆଇଭି ଡ୍ରଗ୍ସରେ କଣ ରହିଛି, ଯାହା କୋରୋନା ଭାଇରସକୁ ମାରି ପାରୁଛି, ତାକୁ ପରୀକ୍ଷା କରିବା ପାଇଁ ଚୀନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି ।ହଙ୍ଗକଙ୍ଗର ବୈଜ୍ଞାନିକମାନେ ମଧ୍ୟ ଏହା ଉପରେ ଗବେଷଣା ଆରମ୍ଭ କରିଦେଇଛନ୍ତି । ଲୋପିନାଭିର ଓ ରିଟୋନାଭିରରେ କେଉଁପ୍ରକାର ପ୍ରତିଷେଧକ ବ୍ୟବସ୍ଥା ରହିଛି, ତା ଉପରେ ମଧ୍ୟ ଗବେଷଣା ଆରମ୍ଭ ହୋଇଯାଇଛି । ଏହି ଔଷଧ ବିଷୟରେ ଜାଣିବା ପରେ ଚୀନ ସହ କରୋନା ଭାଇରସ ବ୍ୟାପୁଥିବା ଦେଶଗୁଡିକ ଟିକିଏ ଆଶ୍ୱସ୍ଥ ଅନୁଭବ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking