24.1 C
Bhubaneswar
Thursday, May 9, 2024
Homeଓଡିଶାପୁଣି କଟକ ଏସ୍‌ସିବିରେ ଭର୍ତି ହେଲେ ଦ୍ୱିତୀୟ 'କରୋନା'ସନ୍ଦିଗ୍ଧ

ପୁଣି କଟକ ଏସ୍‌ସିବିରେ ଭର୍ତି ହେଲେ ଦ୍ୱିତୀୟ 'କରୋନା'ସନ୍ଦିଗ୍ଧ

କଟକ : ସମଗ୍ର ବିଶ୍ୱରେ କାୟା ମେଲାଉଛି ‘କରୋନା’ । ଭାରତରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ କରୋନା ପରି ଲକ୍ଷଣ ଦେଖାଯିବାରୁ ଏସ୍‌ସିବିରେ ୨ ଜଣ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକର ନମୁନା ପରୀକ୍ଷା ପାଇଁ ଲାବୋରୋଟାରିକୁ ପଠା ଯାଇଥିବା ବେଳେ ଆଜି ଆଉ ଜଣକର ନମୁନା ପଠାଯିବ ବୋଲି ଜଣାପଡ଼ିଛି ।ରାଜ୍ୟରୁ ସମୁଦାୟ ୫ ଜଣଙ୍କ ନମୁନା ପୁଣେ ଭାଇରଲୋଜି ଲ୍ୟାବକୁ ପଠାଯାଇଥିଲା । ୫ଟି ନମୁନାରୁ ୪ଟି ରିପୋର୍ଟ ନେଗେଟିଭ ଆସିଥିବା ଡିଏମ୍ଇଟି ସୂଚନା ଦେଇଛନ୍ତି। ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଏଯାଏଁ ଆସିନାହିଁ । ସେ ଚୀନ୍‌ରେ ପଢୁଥିଲେ। ତେଣୁ ଚୀନ ଫେରନ୍ତା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି।
ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ଭୂତାଣୁକୁ ନେଇ ଆଡଭାଇଜରି ଜାରି ହୋଇଛି। ଓଡ଼ିଶା ଆସିଥିବା ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସରକାର ଆଡଭାଇଜରି ଜାରି କରିଛନ୍ତି। ତା’ପରେ ପରବର୍ତ୍ତୀ କାର‌୍ୟ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଏହି ୪ଟି ସ୍ଥାନରୁ ଆସିଥିବା ଲୋକଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସୂଚନା ଦେବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।ଯଦି ଏଭଳି କୋଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ସ୍ଵାସ୍ଥ ବିଭାଗ କୁ ଜଣାଇବାକୁ ଅନୁରୋଧ କରାଯାଇଛି ।
https://onakhabar.com/2020/02/02/coronavairus-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking