ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା । ଆସନ୍ତା ସପ୍ତାହ ମଧ୍ୟ ଓଡ଼ିଶାରେ ମେଘୁଆ ପାଗ ଲାଗି ରହିବ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ରହିଛି । ଘୂର୍ଣ୍ଣିଝଡ଼ ହେବା ନେଇ ବି ଅନୁମାନ କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୭ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆଜିର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡାରେ ୧୧.୪ ଡିଗ୍ରୀ ସେଲସିୟସ ରହିଛି । ଏହାସହ କିଛି ଜିଲ୍ଲାରେ ଘନ କୁହୁଡି ପାଇଁ ୟେଲୋ ଓ୍ୱାଙ୍ଗିଂ ଦିଆଯାଇଛି । ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ,କଳାହାଣ୍ଡି,କନ୍ଧମାଳ । ୬ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ଅନୁଭୂତ ହେବା ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, ରାୟଗଡ଼ା, କନ୍ଧମାଳ,ନୟାଗଡ଼, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏହା ସହ ଘନ କୁହୁଡ଼ି ନେଇ ତିନୋଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କଳାହାଣ୍ଡି, କନ୍ଧମାଳ ଓ ଅନୁଗୁଳକୁ ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।