26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଗୁଜରାଟର ହୃଦୟବିଦାରକ ଘଟଣା : ସ୍ପର୍ମ ଦେବାପରେ କରୋନା ପୀଡ଼ିତଙ୍କ ମୃତ୍ୟୁ

ଗୁଜରାଟର ହୃଦୟବିଦାରକ ଘଟଣା : ସ୍ପର୍ମ ଦେବାପରେ କରୋନା ପୀଡ଼ିତଙ୍କ ମୃତ୍ୟୁ

ବରୋଦା : ଗୁଜରାଟର ବରୋଦାରେ ଯେଉଁ ବ୍ୟକ୍ତଙ୍କର ସ୍ପର୍ମକୁ ଏକ ଘରୋଇ ହସ୍ପିଟାଲ୍‌ରେ ଏକତ୍ର କରାଯାଇଥିଲା, ସେହି ବ୍ୟକ୍ତିଙ୍କର ଗୁରୁବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି । ଏ ନେଇ ତାଙ୍କ ପତ୍ନୀ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମୃତକଙ୍କ ପତ୍ନୀ ଗୁଜରାଟ ଉଚ୍ଚନ୍ୟାୟାଳୟରେ ଅପିଲ୍ ଦାଖଲ କରି କୋଭିଡ୍ ପୀଡ଼ିତ ପତିଙ୍କ ସ୍ପର୍ମ ଜରିଆରେ ମା’ ହେବାର ସୁଯୋଗ ଦେବା ପାଇଁ ଅପିଲ୍ କରିଥିଲେ । ଯାହା ଉଚ୍ଚନ୍ୟାୟାଳୟ ଅନୁମୋଦନ କରିଥିଲେ । ନ୍ୟାୟାଳୟର ଆଦେଶରେ କୋଭିଡ୍ ପୀଡ଼ିତଙ୍କ ସ୍ପର୍ମକୁ ସଂଗ୍ରହ କରାଯାଇଥିଲା । କରୋନା ସଂକ୍ରମିତ ହେବା ପରେ ଶରୀରର ବିଭିନ୍ନ ଅଙ୍ଗ ଅକାମୀ ହୋଇଯିବା ଯୋଗୁଁ ବରୋଦାର ୩୨ ବର୍ଷୀୟ ଯୁବକଙ୍କୁ ଷ୍ଟଲିନ୍ ହସ୍ପିଟାଲ୍‌ରେ ଜୀବନରକ୍ଷକ ପ୍ରଣାଳୀରେ ରଖାଯାଇ ଚିକିତ୍ସା କରାଯାଉଥିଲା ।

କାନାଡାରେ ଅବସ୍ଥାନ କରୁଥିବା ପତ୍ନୀ ନିଜ ପ୍ରେମର ପରାକାଷ୍ଠା ଦେଖାଇ ଉଚ୍ଚନ୍ୟାୟାଳୟ ନିକଟରେ ପତିଙ୍କ ସ୍ପର୍ମରୁ ମା’ହେବାର ସୁଯୋଗ ଦେବା ପାଇଁ ଗୁହାରି କରିଥିଲେ । ମଙ୍ଗଳବାର ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ବେଳେ ଜଜ୍ ସାମୟିକ ସମୟ ପାଇଁ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଥିଲେ । ପତିଙ୍କ ପ୍ରତି ଗଭୀର ପ୍ରେମ ଓ ନ୍ୟାୟାଳୟ ପ୍ରତି ମହିଳାଙ୍କ ସମ୍ମାନକୁ ଦେଖି ତୁରନ୍ତ ଏହି ମାମଲାର ଶୁଣାଣି କରି ନ୍ୟାୟାଳୟ ମହିଳାଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ । ୪ ବର୍ଷ ପୂର୍ବେ କାନାଡାରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଯାହା ଗତ ଅକ୍ଟୋବର ୨୦୨୦ରେ ବିବାହ ରୁପ ନେଇଥିଲା । ୨୦୨୧ରେ ଶ୍ୱଶୁର କରୋନା ଆକ୍ରାନ୍ତ ହେବା ପରେ ଉଭୟ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଅବଧିରେ ତାଙ୍କ ପତି ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ ବୋଲି ସେ ନ୍ୟାୟାଳୟକୁ ଜଣାଇଥିଲେ । ନ୍ୟାୟାଳୟର ଆଦେଶ ପରେ ହସ୍ପିଟାଲ୍‌ରେ ଯୁବକଙ୍କ ସ୍ପର୍ମ ସଂଗ୍ରହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking