30.1 C
Bhubaneswar
Monday, May 20, 2024
Homeକରୋନାଡିସେମ୍ବର ୨୦୨୧ ସୁଦ୍ଧା ସମସ୍ତଙ୍କୁ ମିଳିବନି ଟିକା

ଡିସେମ୍ବର ୨୦୨୧ ସୁଦ୍ଧା ସମସ୍ତଙ୍କୁ ମିଳିବନି ଟିକା

ନୂଆଦିଲ୍ଲୀ : ଟିକାର କମ୍ ଉପଲବ୍‌ଧତାକୁ ସରକାର ସଂସଦରେ ସ୍ୱୀକାର କରିଛନ୍ତି । ଅଗଷ୍ଟରୁ ଡିସେମ୍ବର ୨୦୨୧ ମଧ୍ୟରେ ୧୩୫ କୋଟି ଡୋଜ୍ ଉପଲବ୍ଧ ହୋଇପାରିବ ବୋଲି ସରକାର କହିଛନ୍ତି । ପୂର୍ବରୁ ସରକାର ଡିସେମ୍ବର ସୁଦ୍ଧା ୨୧୫ କୋଟି ଡୋଜ୍ ଉପଲବ୍‌ଧ ହେବ ବୋଲି କହିଥିଲେ । କରୋନା ଟିକାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ପଚାରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସରକାର ଡିସେମ୍ବର ୨୦୨୧ ସୁଦ୍ଧା ସମସ୍ତଙ୍କୁ ଟିକା ଦିଆଯାଇପାରିବ ନାହିଁ ବୋଲି ସ୍ୱୀକାର କରିଛନ୍ତି । ଦେଶରେ କରୋନା ମାମଲାର ବୃଦ୍ଧିକୁ ଦେଖି ଟିକାକରଣର କୌଣସି ସମୟ ସୀମା ନିର୍ଦ୍ଧାରିତ କରାଯାଇପାରିବ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି । ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କର ଟିକାକରଣ କରାଯିବା ନେଇ ସରକାର ଆଶାବାଦୀ ଅଛନ୍ତି । ଦେଶରେ ଟିକାକରଣ ଅଭିଯାନକୁ ୧୮୮ ଦିନ ହୋଇଛି । ଏଯାବତ୍ ଦେଶର ୩୩.୩୭ କୋଟି ଲୋକଙ୍କୁ ଟିକାର ଗୋଟିଏ ଡୋଜ୍ ଦିଆସରିଛି । ଦୈନିକ ୧୭.୭ ଲକ୍ଷରୁ ଅଧିକ ଡୋଜ୍ ଦିଆଯାଉଛି । ଏହି ଧାରା ଜାରି ରହିଲେ ଦେଶର ସମସ୍ତ ଜନସଂଖ୍ୟାକୁ ଟିକାର ଗୋଟିଏ ଡୋଜ୍ ଦେବାକୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଲାଗିବ ବୋଲି ଜଣାପଡ଼ିଛି । ଟିକାକରଣ କ୍ଷେତ୍ରରେ ଏଯାବତ୍ ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଗୁଆ ଅଛନ୍ତି ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking