30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୩୩୫୧ କେନ୍ଦ୍ରରେ ୧.୬୫ ଲକ୍ଷ ଲୋକଙ୍କ ଟିକାକରଣ

୩୩୫୧ କେନ୍ଦ୍ରରେ ୧.୬୫ ଲକ୍ଷ ଲୋକଙ୍କ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ୧୬ ଜାନୁଆରୀରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଅଭିଯାନର ପ୍ରଥମ ଦିନରେ କେତେ ଲୋକଙ୍କୁ ଟିକା ଦିଆଗଲା, କିଛି ପାଶ୍ୱର୍ପ୍ରତିକ୍ରିୟା ଥିଲା କି ନାହିଁ, ପ୍ରତି ରାଜ୍ୟରେ କେଉଁଠି କେଉଁଠି କଣ ସ୍ଥିତି ରହିଥିଲା, ତାର ସମସ୍ତ ସୂଚନା ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦେଇଛି । ସାରା ଦେଶରେ ୩୩୫୧ କେନ୍ଦ୍ରରେ ୧ ଲକ୍ଷ ୬୫ ହଜାର ୭୧୪ ଲୋକଙ୍କୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଟିକା ଦିଆଯାଇଛି । ୧୧ ରାଜ୍ୟରେ ଦୁଇଟି ଭିନ୍ନ ପ୍ରକାରର ଟିକାକରଣ କରାଯାଇଛି । ଯାହାମଧ୍ୟରେ ଆସାମ, ବିହାର, ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ ଭଳି ରାଜ୍ୟ ଏଥିରେ ସାମିଲ ରହିଛି । ବାକି ରାଜ୍ୟରେ କେବଳ ସୀରମ ଇନଷ୍ଟିଚ୍ୟୁଟକ ଭ୍ୟାକ୍ସିନ କୋଭିସିଲ୍ଡ ଟିକା ଦିଆଯାଇଛି । କରୋନାର ଅନ୍ୟଏକ ଭୟାକ୍ସିନ ଭାରତ ବାୟୋଟେକର କୋଭାକ୍ସିନ । ସନ୍ଧ୍ୟା ୭ଟା ସୁଦ୍ଧା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଥିରେ ସେ ଟିକା ନେବା ପରେ କେହି ହସ୍ପିଟାଲରେ ଭର୍ତ୍ତି ହୋଇନଥିବା କଥା କହିଛନ୍ତି । ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଶନିବାର ସନ୍ଧ୍ୟା ୬ଟାରେ ଦେଶର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ବୈଠକ କରିଥିଲେ । ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ଥିଲା । ମାତ୍ର ଏହି ସଂଖ୍ୟା କମ୍ ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking