31.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗ୬ଟା ସୁଦ୍ଧା ୮୧ପ୍ରତିଶତ ଟିକାକରଣ

୬ଟା ସୁଦ୍ଧା ୮୧ପ୍ରତିଶତ ଟିକାକରଣ

ଭୁବନେଶ୍ୱର: ଆଜିଠୁ ସମଗ୍ର ଦେଶରେ ଆରମ୍ଭ ହୋଇଯାଇଛି ଟିକାକରଣ ପ୍ରକ୍ରିୟା । ରାଜ୍ୟରେ ବି ଆଜି ଟିକାକରଣ ଆରମ୍ଭ ହୋଇଛି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୮୧ ପ୍ରତିଶତ ଟିକାକରଣ ହୋଇଛି । ୧୩ ହଜାର ୨୯୨ ଜଣଙ୍କୁ ଦିଆଗଲାଣି ଟିକା । ସୂଚନା ଅନୁଯାୟୀ, ରାଜ୍ୟରେ ଆଜି ୧୬ ହଜାର ୩୧୪ଜଣଙ୍କୁ ଟିକାଦାନ ଲକ୍ଷ୍ୟ ରଖାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପୂର୍ବରୁ ଦିନ ୩ଟା ସୁଦ୍ଧା ନିର୍ଦ୍ଧାରିତ ଲକ୍ଷ୍ୟର ୫୩ ପ୍ରତିଶତ ‌ଟିକାକରଣ ହୋଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ପ୍ରଦାନ କରି କହିଥିଲେ ଯେ , ଭଦ୍ରକ ଜିଲ୍ଲାରେ ସର୍ବାଧିକ ୮୧ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବନିମ୍ନ ୩୧ ପ୍ରତିଶତ ହୋଇଛି। ଭଦ୍ରକ ଜିଲ୍ଲାରେ ୩୦୦ରୁ ୨୪୩ ଜଣ ଓ ସୁବର୍ଣ୍ଣପୁରରେ ୨୦୦ରୁ ୬୨ ଜଣ ଟିକା ନେଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୪୮ ପ୍ରତିଶତ, ବଲାଙ୍ଗୀର ଜିଲ୍ଲାରେ ୩୨, ବାଲେଶ୍ବର ଜିଲ୍ଲାରେ ୫୮, ବୌଦ୍ଧ ଜିଲ୍ଲାରେ ୪୩ , କଟକ ଜିଲ୍ଲାରେ ୪୬, ଦେବଗଡ଼ ଜିଲ୍ଲାରେ ୩୪ , ‌‌ଢେଙ୍କାନାଳ ଜିଲ୍ଲାରେ ୫୮ , ଗଜପତି ଜିଲ୍ଲାରେ ୬୧ , ଗଂଜାମ ଜିଲ୍ଲାରେ ୬୫ , ଜଗତସିଂହପୁର ଜିଲ୍ଲାରେ ୫୨ , ଯାଜପୁର ଜିଲ୍ଲାରେ ୪୫ , ଝାରସୁଗୁଡ଼ା ଜିଲ୍ଲାରେ ୪୬ , କଳାହାଣ୍ଡି ଜିଲ୍ଲାରେ ୫୪, କନ୍ଧମାଳ ଜିଲ୍ଲାରେ ୬୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୪ , କେନ୍ଦୁଝର ଜିଲ୍ଲାରୁ ୩୩  ଓ ଖୋର୍ଦ୍ଧା ଜିଲ୍ଲାରେ ୫୪ ପ୍ରତିଶତ ଟିକାକରଣ ହୋଇଛି ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking