28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଏବେ ୟୁଟ୍ୟୁବରେ ଦେଖୁଥିବା ଭିଡିଓକୁ ସିଧା ସଳଖ ଚାହିଁଲେ କିଣିପାରିବେ

ଏବେ ୟୁଟ୍ୟୁବରେ ଦେଖୁଥିବା ଭିଡିଓକୁ ସିଧା ସଳଖ ଚାହିଁଲେ କିଣିପାରିବେ

ନୂଆଦିଲ୍ଲୀ: ୟୁଟ୍ୟୁବ ତରଫରୁ ଏକ ନୂଆ ଫିଚରର ଟେଷ୍ଟିଂ କରାଯାଉଛି । ଯାହା ଦ୍ୱାରା ବ୍ୟବହାରକାରୀ ଭିଡିଓ ଦେଖିବା ସହ ତାକୁ ମଧ୍ୟ କିଣିପାରିବେ । ଏନେଇ ଅପ୍ସନ ଉପଲବ୍ଧ ରହିବ । ଅର୍ଥାତ ୟୁଟ୍ୟୁବ ଦେଖୁଥିବା କୌଣସି ବ୍ୟବହାରକାରୀ ଙ୍କୁ ଯଦି କିଛି ଭିଡିଓ ପସନ୍ଦ ଆସୁଛି, ତେବେ ଭିଡିଓ ଉପରେ ଦିଆଯାଇଥିବା ଅପ୍ସନ ଜରଆରେ ତାକୁ କିଣାଯାଇପାରିବ । ପ୍ରଡକ୍ଟ କିଣିବା ପାଇଁ ସେମାନଙ୍କୁ ଆଉ ଅନ୍ୟ ୱେବସାଇଟକୁ ଯିବାକୁ ପଡିବ ନାହିଁ । ୟୁଟ୍ୟୁବ ବ୍ୟବହାରକାରୀଙ୍କୁ ଭିଡିଓ ମଧ୍ୟରେ ଶପିଂ ବ୍ୟାଗ ଆଇକନ ସୋ କରିବ । ଯାହା ଉପରେ କ୍ଲିକ କରିବା ପରେ ଉପଭୋକ୍ତାଙ୍କୁ ବିଭିନ୍ନ ପ୍ରଡକ୍ଟ ଦେଖାଯିବ । ଆଉ ତା ଉପରେ କ୍ଲିକ କଲେ ଆପଣ ତାକୁ କିଣିପାରିବେ । ୟୁଟ୍ୟୁବ ଭିଡିଓରେ ବ୍ୟବହାରକାରୀଙ୍କୁ ସପିଂ ବ୍ୟାଗ ଆଇକନ ଦେଖାଯିବ । ତାହା ଭିଡିଓ ବଟମର ଲେଫ୍ଟ କର୍ଣ୍ଣରରେ ରହିଥିବ । ଏହାଦ୍ୱାରା ଆପଣ ଫିଚର ପ୍ରଡକ୍ଟ ଦେଖିପାରିବେ । ଏପର୍ଯ୍ୟନ୍ତ ୟୁଟ୍ୟୁବରେ ଦେଖାଯାଉଥିବା ପ୍ରଡକ୍ଟ କିଣିବା ପାଇଁ ଅଲଗା ଅଲଗା ୱେବସାଇଟକୁ ଯିବାକୁ ପଡୁଥିଲା । ମାତ୍ର ଏହାର ନୂଆ ସପିଂ ବଟନ ଦ୍ୱାରା ଏହା କେତେ ସହଜ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking