32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗସ୍ୱାମୀକୁ ମାରିବା ପାଇଁ ଶିକ୍ଷୟତ୍ରୀ ଦେଲେ ସୁପାରୀ, ପ୍ରେମିକ ସହ ମିଶି କଲେ ଏମିତି କାଣ୍ଡ

ସ୍ୱାମୀକୁ ମାରିବା ପାଇଁ ଶିକ୍ଷୟତ୍ରୀ ଦେଲେ ସୁପାରୀ, ପ୍ରେମିକ ସହ ମିଶି କଲେ ଏମିତି କାଣ୍ଡ

ନୂଆଦିଲ୍ଲୀ: ବିହାରର ଗୟା ନିକଟରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଯେଉଁଠି ପୁଲିସ କାର୍ ଭିତରେ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି । ଏହି ମାମଲାରେ ପୁଲିସ ଏକ ଇଙ୍ଗ ମାମଲାର ଖୁଲାସା କରିଥିବା ଜଣାପଡିଛି । ପୁଲିସ କହିଛି ଯେ, ସ୍ୱାମୀର ହତ୍ୟା ପଛରେ ଜଣେ ଟିଚର ମାଷ୍ଟରମାଇଣ୍ଡ ରହିଛି । ପ୍ରେମ ପ୍ରସଙ୍ଗ ନେଇ ସେ ସ୍ୱାମୀର ହତ୍ୟା କରିଥିବା ପୁଲିସ କହିଛି । ଏହି ହତ୍ୟାର ଖୁଲାସା ଦୁଉ ମାସ ପରେ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟକର ଘଟଣା ହେଲା, ପତ୍ନୀ ପତିକୁ ମାରିବା ପାଇଁ ୧୨ ହଜାର ଟଙ୍କା ସୁପାରୀ ଦେଇଥିଲା । ଏହି ମାମଲାର ଗୟା ଜିଲ୍ଲା ଗୁରାରୁ ଅଂଚଳର । ଏହି ମାମଲାରେ ପୁଲିସ ଖୁଲାସା କରି କହିଛି ଯେ, ମୃତକ ରାକେଶ କୁମାରଙ୍କ ପତ୍ନୀ ରେଖା ଦେବୀ ନିଜ ପ୍ରେମିକ ଅଶୋକ ଦାସ ଓ ଅନ୍ୟ ଜଣେ ଯୁବକ ବବନ କୁମତ୍ ସହିତ ମିଶି ଏହି ଘଟଣା ଭିଆଇଥିଲେ । ରେଖା ଦେବୀ ଆଉରଙ୍ଗବାଦ ଜିଲ୍ଲାର ମଦନପୁରର ଏକ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି । ସେହି ଶିକ୍ଷୟତ୍ରୀଙ୍କ ପ୍ରେମିକ ବବନ କୁମାର ନାମକ ଜଣେ ଯୁବକଙ୍କୁ ଶିକ୍ଷୟତ୍ରୀଙ୍କ ପତି ରାକେଶ କୁମାରଙ୍କୁ ମାରିବା ପାଇଁ ୧୨ ହଜାର ଟଙ୍କା ସୁପାରୀ ଦେଇଥିଲେ । ଏଥିପାଇଁ ବବନ କୁମାର ଆଡଭାନ୍ସ ୧୦ ହଜାର ଟଙ୍କା ଦେଇସାରିଥିଲା । ଏହାପରେ ପ୍ରେମିକ ଅଶୋକ ଦାସ ଓ ବବନ କୁମାର ଦୁଇ ଜଣ ଗୁରାରର ମଥୁରାପୁର ବଜାରରେ ପହଂଚିଥିଲେ । ସେହି ୧୦ ହଜାର ଟଙ୍କାରେ ୫୫ ଟଙ୍କା ଦେଇ ସ୍ଥାନୀୟ ବଜାରରୁ ଛୁରୀ କିଣିଥଲେ । ମୃତକ ରାକେଶ କୁମାର ଭଡାରେ ଗାଡି ଚଲାଉଥିଲା । ଦୁଇଜଣ ରାକେଶର ଗାଡିରେ ବସିଲେ । ପରେ ନିଛାଟିଆ ରାସ୍ତା ଦେଖି ସେହି ଦୁଇ ଜଣ ରାକେଶର ଗଳାକାଟି ନିର୍ମମ ଭାବରେ ହତ୍ୟା କରିଥିଲେ । ପରେ ପୁଲିସ ଏହି ଘଟଣାରେ ଯେତେବେଳେ ଅଶୋକ ଦାସକୁ ଗିରଫ କରିଥିଲା, ସେତେବେଳେ ଏହାର ଖୁଲାସା ହେବା ଆରମ୍ଭ ହୋଇଥିଲା । ରେଖା ଦେବୀର ମୋବାଇଲ ଯାଂଚ ବେଳେ ସେ ନିଜ ପ୍ରେମିକ ସହ ଆପତ୍ତିଜନକ ଭିଡିଓରେ ଦେଖାଯାଇଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking