29.1 C
Bhubaneswar
Saturday, April 27, 2024
Homeକରୋନାକରୋନା ଭୟରେ ରାଜମହଲ ଛାଡ଼ିଲେ ବ୍ରିଟେନ ମହାରାଣୀ

କରୋନା ଭୟରେ ରାଜମହଲ ଛାଡ଼ିଲେ ବ୍ରିଟେନ ମହାରାଣୀ

ଲଣ୍ଡନ : କରୋନା କୁ ନେଇ ସାରା ବିଶ୍ୱ ଆତଙ୍କିତ ହୋଇପଡିଥିବା ବେଳେ ବ୍ରିଟେନର ମହାରାଣୀ ଏଲିଜାବେଥ କରୋନା ଭୟରେ ବର୍ମିଂହାମ ରାଜମହଲ ଛାଡ଼ିଛନ୍ତି । ତାଙ୍କୁ ୱିଣ୍ଡସର କେସଲ ନିଆଯାଇଛି । ଏହାର ପଛରେ ଯୋଜନା ଅଛି ଯେ, କରୋନା ଭାଇରସର ପ୍ରକୋପ ବଢ଼ିବ, ତାହେଲେ ପ୍ରିନ୍ସ ଫିଲିପକୁ ସେଣ୍ଡ୍ରିଗାମରେ ଅଲଗା ରଖାଯାଇପାରିବ । ଗଣମାଧ୍ୟମକୁ ରବିବାରଏହି ସୂଚନା ମିଳିଛି ।ତାଙ୍କୁ ୱିଣ୍ଡସର ନିଆଯାଇଛି । କୁହାଯାଉଛି ଯେ, ତାଙ୍କର ସ୍ୱାସ୍ଥ୍ୟ ଭଲ ଅଛି । କିନ୍ତୁ ଏସବୁ ପରେ ମଧ୍ୟ ତାଙ୍କୁ ସେଠାରୁ ସ୍ଥାନାନ୍ତର କରାଯିବା ଭଲ ହେବ । କାରଣ ତାଙ୍କର ଷ୍ଟାଫ କରୋନା ଭାଇରସକୁ ନେଇ ବ୍ୟସ୍ତ ହୋଇପଡ଼ିଛନ୍ତି ।
ସୂଚନା ଅନୁଯାୟୀ ରାଜମହଲକୁ ବିଶ୍ୱର ଚାରିଆଡୁ ଲୋକ ଆସୁଛନ୍ତି । ଏଠାରେ ବଡ଼ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ମହରାଣୀ ନିକଟରେ ଅନେକ ଲୋକଙ୍କୁ ଭେଟିଥିଲେ । ସେ ଆଉ କିଛି ଦିନ ପରେ ନିଜର ୯୪ତମ ଜନ୍ମଦିନ ପାଳନ କରିବେ । ପରାମର୍ଶଦାତାଙ୍କ କହିବା ଅନୁସାରେ ତାଙ୍କୁ ଯେପରି କୌଣସି ଅସୁବିଧା ନହେଉ, ସେଥିପାଇଁ ଏକ ଭିନ୍ନ ସ୍ଥାନରେ ରଖାଯାଇଛି । ସୂତ୍ର ଅନୁସାରେ ବର୍ମିଂହାମ ବିପଦପୂର୍ଣ୍ଣ ସ୍ଥାନ ହୋଇପାରେ । କାରଣ ଏହା ଲଣ୍ଡନର ମଧ୍ୟବର୍ତ୍ତୀ ସ୍ଥଳରେ ଅଛି । ଏଠାରେ ଅନ୍ୟସ୍ଥାନ ତୁଳନାରେ ଅଧିକ କର୍ମଚାରୀ ଅଛନ୍ତି । ଏହା ବ୍ୟତୀତ ସ୍ପେନରେ ଗୋଟିଏ ଦିନରେ ଭାଇରସ ଯୋଗୁଁ ୧୦୦ ଜଣ ଲୋକ ଜୀବନ ହରାଇଛନ୍ତି । ସ୍ପେନରେ ଜାତୀୟ ଜରୁରୀକାଳନୀ ଘୋଷଣା ହୋଇଛି । ଫ୍ରାନ୍ସରେ ଗୋଟିଏ ଦିନରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି । ବିଶ୍ୱରେ ୧ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଭାଇରସରେ ପ୍ରଭାବିତ ହୋଇଛନ୍ତି । ଏହିସବୁ କାରଣରୁ ବ୍ରିଟେନର ମହାରାଣୀ ଏଲିଜାବେଥଙ୍କୁ ଅଲଗା ରଖା ଯାଇଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking