40.1 C
Bhubaneswar
Thursday, April 25, 2024
Homeଅପରାଧଦେହରେ ନିଆଁ ଲଗାଇ ଜଳିଗଲେ ମହିଳା

ଦେହରେ ନିଆଁ ଲଗାଇ ଜଳିଗଲେ ମହିଳା

ମୟୂରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପଣ୍ଡାବିଲା ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା । ସ୍ଥାନୀୟ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ଭଳି ଘଟିଛି ଏକ ସମ୍ବେଦନଶୀଳ ଘଟଣା । ସୂଚନା ମୁତାବକ ଘରେ କେହି ନଥିବା ବେଳେ ପଣ୍ଡାବିଲା ଗ୍ରାମର ସୁବୋଧ ବସୁରିଙ୍କ ପତ୍ନୀ ସାବିତ୍ରୀ ବାସୁରୀ(୫୦) ବାଥରୁମ ଭିତରେ କବାଟ ବନ୍ଦ କରି ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ନେଇଥିଲେ । ପରେ ନିଆଁର ପ୍ରକୋପରୁ ବଞ୍ଚିବା ପାଇଁ ଚିତ୍କାର କରିବାରୁ ପାଟିଶୁଣି ପୋଡ଼ାଶୀ ଲୋକମାନେ ଆସି କବାଟ ଭାଙ୍ଗି ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହି ମୃତ୍ୟୁକୁ ନେଇ ସାବିତ୍ରୀଙ୍କ ବାପ ଘରଲୋକ ତଥା ପୋଡ଼ଶୀମାନେ ପ୍ରକାଶ କରିଥିଲେ ଯେ କିଛିମାସ ଧରି ସବିତ୍ରୀଙ୍କ ମାନସିକ ସ୍ଥିତି ଠିକ ନଥିଲା ଏବଂ ସେ ଚିକିତ୍ସାଧୀନ ଥିଲେ । ତେବେ ଘଟଣା ସମ୍ପର୍କରେ ଖବରପାଇ ଝାରପୋଖରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ସହିତ ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ ଚଳାଇଛନ୍ତି । ଅନ୍ୟପଟେ ଝାରପୋଖରିଆ ଥାନା ପୋଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରିବାସହିତ ବ୍ୟବଚ୍ଛେଦ ପାଇଁ ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛି ।
https://onakhabar.com/2020/03/16/%e0%ad%a7%e0%ad%a7%e0%ac%95%e0%ad%87%e0%ac%ad%e0%ac%bf-%e0%ac%ac%e0%ac%bf%e0%ac%a6%e0%ad%8d%e0%ad%9f%e0%ad%81%e0%ac%a4-%e0%ac%86%e0%ac%98%e0%ac%be%e0%ac%a4%e0%ac%b0%e0%ad%87-%e0%ac%ae%e0%ad%83/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking