24.1 C
Bhubaneswar
Thursday, May 9, 2024
Homeଓଡିଶାବଢ଼ି ଚାଲିଛି ଶିଶୁ ସଂକ୍ରମିତଙ୍କ ସଂଖ୍ୟା : ୧୦୬ ଶିଶୁ କରୋନା ଆକ୍ରାନ୍ତରେ ସଂକ୍ରମିତ, ରାଜ୍ୟରେ...

ବଢ଼ି ଚାଲିଛି ଶିଶୁ ସଂକ୍ରମିତଙ୍କ ସଂଖ୍ୟା : ୧୦୬ ଶିଶୁ କରୋନା ଆକ୍ରାନ୍ତରେ ସଂକ୍ରମିତ, ରାଜ୍ୟରେ ୮୧୬

ଭୁବନେଶ୍ୱର:  ରାଜ୍ୟରେ ଏବେ ଶିଶୁ ସଂକ୍ରମଣ ସାଙ୍ଘାତିକ ରୂପ ନେଲାଣି । ଶିଶୁଙ୍କ ପ୍ରତି ବିପଦ ଘନେଇବାରେ ଲାଗଛି । ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ପୁଣି ୧୦୬ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ମଧ୍ୟରେ ଶୂନ୍‌ରୁ ୧୮ ବର୍ଷ ବୟସ୍କ ରହିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଭାଗ ଯେଉଁ ତଥ୍ୟ ଦେଇଛି ତାହା ଚମକାଇ ଦେଲା ଭଳି ।  ଗତକାଲି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା ଆକ୍ରାନ୍ତ ହୋଇଥିଲେ । ସେଥିମଧ୍ୟରୁ ୪ ପିଲା ଏସ୍‌ଏନ୍‌ସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଗତକାଲି ୨ ପିଲାଙ୍କୁ ଅଭିଭାବକଙ୍କ ଇଛାରେ କଟକ ରେଫର କରାଯାଇଛି । ପଜିଟିଭ ଥିବା ୧୨ ପିଲାଙ୍କ ମଧ୍ୟରୁ ୮ ଜଣଙ୍କ ବୟସ ମାସକରୁ ଅଧିକ ଥିବା ସୂଚନା ଦେଇଛନ୍ତି ସିଡିଏମଓ ଦୁଲାଲସେନ ଜଗଦ୍ଦେବ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୮ ବର୍ଷ କମ୍ ୧୦୬ ଜଣ ଶିଶୁ ଓ କିଶୋର -କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୪୭୫ ଜଣ ଓ ୩୪୧ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୯୧ଜଣ ରହିଛନ୍ତି । ସେହିପରି ଅନୁଗୋଳରୁ ୧୩, ବାଲେଶ୍ବରରୁ ୪୬, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗୀରରୁ ୩, କଟକରୁ ୧୧୬, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୧୯, ଗଞ୍ଜାମରୁ ୯, ଜଗତସିଂହପୁରରୁ ୩୪, ଯାଜପୁରରୁ ୩୧, ଝାରସୁଗୁଡାରୁ ୧, କଳାହାଣ୍ତିରୁ ୪, କନ୍ଧମାଳରୁ୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୧୬, କୋରାପୁଟରୁ ୫, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୭, ନୟାଗଡ଼ରୁ ୧୨, ନୂଆପଡାରୁ ୧, ପୁରୀ ୨୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୧୬ ଏବଂ ଷ୍ଟେଟ ପୁଲ୍‌ରୁ ୬୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୪ହଜାର ୮୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୨୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୮୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୭୮୦୭୫୫୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।
ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଲେ, ଦ୍ୱିତୀୟ ଲହର ସଂଖ୍ୟାକୁ ଦୃଷ୍ଟିରେ ରଖି ତୃତୀୟ ଲହର ପାଇଁ ପ୍ରସ୍ତୁତି କରାଯାଉଛି । ତୃତୀୟ ଲହରରେ ୬୦୦ ବେଡ଼ ଆବଶ୍ୟକ ପଡ଼ିପାରେ । କିନ୍ତୁ ତିନି ହଜାର ବେଡ ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି । ଆଇସିୟୁ, ଅକ୍ସିଜେନ ବେଡ, ଟେଷ୍ଟିଂ କାପାସିଟି, ଅକ୍ସିଜେନ ଇକୋସିଷ୍ଟମ ସବୁ ବଢ଼େଇବା ପାଇଁ ବ୍ୟବସ୍ଥା କରାଯାଉଛି । ସବୁ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ବସେଇବା କାର୍ଯ୍ୟ ଚାଲିଛି । ସେହିପରି କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ୱର ଏମ୍ସ । ଶିଶୁଙ୍କ ପାଇଁ ୨ଟି ୱାର୍ଡରେ ୬୦ଟି ବେଡ ସହ ୭ଟି ଆଇସିୟୁ ପ୍ରସ୍ତୁତ ରଖାଯାଇଛି । ଯଦି ଆବଶ୍ୟକ ହୁଏ ଆଗକୁ ଆଇସିୟୁ ସଂଖ୍ୟା ବୃଦ୍ଧି ହେବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି ବାତ୍ମାନ୍ୱେନ । ଯଦି କୌଣସି ଶିଶୁ କୋଭିଡ ପଜିଟିଭ ହୋଇ ଏମ୍ସରେ ଭର୍ତ୍ତି ହୁଅନ୍ତି ତାଙ୍କ ସହ ତାଙ୍କ ପରିବାରର ଜଣକୁ ରହିବା ପାଇଁ ଅନୁମତି ମଧ୍ୟ ଦିଆଯିବ । ଦୁଇଟି ଇକ୍‌ମୋ ମେସିନ ମଧ୍ୟ ରହିଛି। ଆବଶ୍ୟକ ପଡ଼ିଲେ ତାକୁ ମଧ୍ୟ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking