30.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ : ଆଜି ଆଉ ୧୦ ହଜାର ୩୬୯ ସଂକ୍ରମିତ...

ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ : ଆଜି ଆଉ ୧୦ ହଜାର ୩୬୯ ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

ବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୯୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୬ ଜଣ, ବାଲେଶ୍ୱରରୁ ୩୦୪ ଜଣ, ବରଗଡ଼ରୁ ୧୫୨ ଜଣ, ଭଦ୍ରକରୁ ୧୨୯ ଜଣ, ବଲାଙ୍ଗୀରରୁ ୨୫୩ ଜଣ, ବୌଦ୍ଧ ଜିଲ୍ଲାରୁ ୭୬, କଟକରୁ ୯୪୦ ଜଣ, ଦେବଗଡ଼ରୁ ୭୮ ଜଣ, ଢେଙ୍କାନାଳରୁ ୮୩ ଜଣ, ଗଜପତିରୁ ୧୦୦, ଗଞ୍ଜାମରୁ ୧୮୭ ଜଣ, ଜଗତସିଂହପୁରରୁ ୧୬୫ ଜଣ, ଯାଜପୁରରୁ ୨୯୦ ଜଣ, ଝାରସୁଗୁଡ଼ାରୁ ୧୫୭ ଜଣ, କଳାହାଣ୍ଡିରୁ ୧୯୪ ଜଣ, କନ୍ଧମାଳରୁ ୮୩ ଜଣ, କେନ୍ଦ୍ରାପଡ଼ାରୁ ୧୦୬ ଜଣ, କେଉଁଝରରୁ ୧୨୩ ଜଣ, ଖୋର୍ଦ୍ଧାରୁ ୩୦୩୬ ଜଣ, କୋରାପୁଟରୁ ୨୦୨ ଜଣ, ମାଲକାନଗିରିରୁ ୫୮ ଜଣ, ମୟୁରଭଞ୍ଜରୁ ୧୬୫ ଜଣ, ନବରଙ୍ଗପୁରରୁ ୧୬୨, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୯୬ ଜଣ, ପୁରୀରୁ ୧୪୦ ଜଣ, ରାୟଗଡ଼ାରୁ ୨୦୮ ଜଣ, ସମ୍ୱଲପୁରରୁ ୨୪୭ ଜଣ, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୫୦୫ ଜଣ ଓ ଷ୍ଟେଟ ପୁଲରୁ ୬୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୭୭,୪୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୮୦, ୫୬୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୮, ୩୪୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking