29.1 C
Bhubaneswar
Sunday, April 28, 2024
Homeଓଡିଶାରାଜ୍ୟରେ ଆଉ ୪୭୭ କରୋନା ଆକ୍ରାନ୍ତ ଚିହ୍ନଟ : ୪ ମୃତ, ଜାଣନ୍ତୁ କେତେ ଶିଶୁ...

ରାଜ୍ୟରେ ଆଉ ୪୭୭ କରୋନା ଆକ୍ରାନ୍ତ ଚିହ୍ନଟ : ୪ ମୃତ, ଜାଣନ୍ତୁ କେତେ ଶିଶୁ ସ୍ରଂକମିତ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି । ଆଜି ୪୭୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୯୯ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୭୪ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏଥିସହିତ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ କଟକ, ଜଗତସିଂହପୁର, ମୟୁରଭଞ୍ଜ ଏବଂ ନୟାଗଡ ଜିଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୨୭୮ ଓ ସ୍ଥାନୀୟ ସଂକ୍ରମିତ ୧୯୯ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୪ ଜଣ ଥିବା ଜଣାଯାଇଛି ।

ରାଜ୍ୟର ଅନୁଗୁଳ ଜିଲ୍ଲାରେ ୫, ବାଲେଶ୍ୱର ୨୬, ଭଦ୍ରକ ୭, ବଲାଙ୍ଗିର ୧ ଓ କଟକରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡରୁ ୧, ଢେଙ୍କାନାଳ ୮, ଗଞ୍ଜାମ ୨, ଜଗତସିଂହପୁର ଜିଲ୍ଲାରେ ୨୩ ଜଣ ଚିହ୍ନଟ ହୋଇଛନ୍ତି । ସେହି ସମୟ ମଧ୍ୟରେ ଯାଜପୁରରେ ୧୬, ଝାରସୁଗୁଡା ୨, କଳାହାଣ୍ଡି ୭, କେନ୍ଦ୍ରାପଡା ୪, କେନ୍ଦୁଝର ୫, ଖୋର୍ଦ୍ଧାରେ ୨୦୦ ଚିହ୍ନଟ ହୋଇଛନ୍ତି ।

କୋରାପୁଟ ଜିଲ୍ଲାରେ ୪, ମୟୁରଭଞ୍ଜ ୨୩, ନୟାଗଡ ୨, ପୁରୀ ୧୬, ସମ୍ବଲପୁରରେ ୧୧ ଚିହ୍ନଟ ହୋଇଛନ୍ତି । ଏଥିସହିତ ସୋନପୁରରେ ୨, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୪୫ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୯୫୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୧୪୨ ରହିଥିବା ବେଳେ ୫ ହଜାର ୫୫୬ ଜଣ ଚିକିତ୍ସିତ ହେଉଛନ୍ତି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking