26.1 C
Bhubaneswar
Friday, March 29, 2024
Homeଓଡିଶା୩ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ

୩ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ

ଭୁବନେଶ୍ୱର:  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି । ଗୁରୁବାର ଟ୍ୱିଟ୍ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଚାଲିଛି । ଟିକାକରଣରେ ରାଜ୍ୟକୁ ଏହି ବିରଳ ସଫଳତାର ଶ୍ରେୟ ସ୍ୱାସ୍ଥ୍ୟକର୍ମୀଙ୍କୁ ହିଁ ଯିବ । ସେମାନଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ । ଏହି କାର୍ଯ୍ୟରେ ଓଡ଼ିଶାରବାସୀ ମଧ୍ୟ ଯଥେଷ୍ଟ ସହଯୋଗ କରିଛନ୍ତି ।

ସେଥିପାଇଁ ରାଜ୍ୟରେ ୩ କୋଟି ଟିକାକରଣ ନେଇଥିବା ଲୋକଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଉଲ୍ଲେଖନୀୟ ଯେ, ବୁଧବାର ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୯୯,୬୮,୭୮୬  କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୦,୨୬,୪୭୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୦,୧୨,୫୮୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ଡାକ୍ତରଖାନାରୁ ଫେରିଛନ୍ତି । ୮,୧୯୮ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫,୬୪୨ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking