28.1 C
Bhubaneswar
Saturday, April 27, 2024
Homeକରୋନାଦେଶରେ ଗତ ୨୪ ଘଣ୍ଟାରେ ୧୬,୦୪୭ ସଂକ୍ରମିତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ୧୬,୦୪୭ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ତଳକୁ ଖସି ଥିବାବେଳେ ଆଜି ପୁଣି ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୧୬,୦୪୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (ଓଦ୍ଭୟସବ ଜରମକ୍ଟକ୍ସୟଗ୍ଦ ୧୬,୦୪୭ ଲକ୍ସରଗ୍ଦଷ ଉକ୍ଟଙ୍ଖସୟ ଉବଗ୍ଦରଗ୍ଦ) । ସେହିପରି ଦିନକରେ ୧୯,୫୩୯ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା ୪,୩୫,୩୫,୬୧୦କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସୁସ୍ଥସଂଖ୍ୟା ବଢିବା ସହ ବର୍ତ୍ତମାନ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୨୮,୨୬୧ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୪.୯୪% ରହିଛି । ଏବେ ସୁଦ୍ଧା ସମୁଦାୟ ୫,୨୬,୮୨୬ ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ ୨୦୭ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୫,୨୧,୪୨୯ ଜଣଙ୍କୁ ଟିକା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking