27.1 C
Bhubaneswar
Thursday, April 25, 2024
Homeଅପରାଧମହିଳାଙ୍କୁ ବ୍ଲାକ୍‌ମେଲିଂ ଓ ତାପରେ........

ମହିଳାଙ୍କୁ ବ୍ଲାକ୍‌ମେଲିଂ ଓ ତାପରେ……..

ଭୁବନେଶ୍ୱର: କମିଶନରେଟ୍‌ ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟରତ । ଇନ୍‌ସୁରାନ୍ସ କରାଇବା ବାହାନାରେ ଜଣେ ମହିଳା ବୀମା ଏଜେଣ୍ଟଙ୍କ ନିକଟତର ହୋଇଥିଲେ । ସଂପୃକ୍ତ ମହିଳାଙ୍କ କିଛି ଆପତ୍ତିଜନକ ଫଟୋ ଉଠାଇ ତାଙ୍କ ସ୍ୱାମୀଙ୍କୁ ଦେଖାଇ ଦେବେ ବୋଲି ବ୍ଲାକ୍‌ମେଲିଂ କରୁଥିଲେ । ତେବେ ସଂପୃକ୍ତ ପୁଲିସ କନଷ୍ଟେବଳଙ୍କ କାରନାମା ଜଣାପଡିବା ପରେ ସହିଦନଗର ଥାନା ପୁଲିସ ତାଙ୍କୁ ଗିରଫ କରିଛି । ସେ ହେଲେ ବଲାଙ୍ଗୀର ଅଞ୍ଚଳର ରାଜକେିଶାର ଭୋଇ(୨୯) । ସେ ଓଏସ୍‌ଏପରି କନଷ୍ଟେବଳ ଭାବେ କ୍ୟାପିଟାଲ ଥାନାରେ ନିଯୁକ୍ତ ଥିଲେ । ଗଞ୍ଜାମ ବୁଗୁଡ଼ା ଅଞ୍ଚଳର ଜଣେ ମହିଳା ବୀମା ଏଜେଣ୍ଟ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ପୁଲିସ ସୂଚନା ମୁତାବକ, ରାଜକିଶୋର ପୂର୍ବରୁ କୋରାପୁଟରେ କାର୍ଯ୍ୟରତ ଥିଲେ । ୬ ମାସ ତଳେ ସେ ଭୁବନେଶ୍ୱର ଆସିଥିଲେ । ଏହି ସମୟରେ ସହିଦନଗର ଅଞ୍ଚଳରେ ରହୁଥିବା ସଂପୃକ୍ତ ମହିଳା ଏଜେଣ୍ଟଙ୍କ ସହ ରାଜକିଶୋରଙ୍କ ଭେଟ ହୋଇଥିଲା । ମହିଳା ଜଣଙ୍କ ଏକ ଇନ୍‌ସୁରାନ୍ସ କମ୍ପାନୀର ଏଜେଣ୍ଟ ଥିବାରୁ ତାଙ୍କ ପାଖରେ ବୀମା ପଲିସି କରିବାକୁ ରାଜକିଶୋରଙ୍କୁ ଅନୁରୋଧ କରିଥିଲେ । ତେବେ ଏହାର ଫାଇଦା ଉଠାଇଥିଲେ ରାଜକଶୋର । ସେ ଆଜିକାଲି କହି ସମୟ ଗଡ଼ାଇ ଚାଲିଥିଲେ । ଏହି ବାହାନାରେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ତାଙ୍କ ସହ ମିଶି କିଛି ଫଟୋ ଉଠାଇଥିଲେ ।

ମହିଳା ବିବାହିତ ବୋଲି ଜାଣି ମଧ୍ୟ ରାଜକିଶୋର ତାଙ୍କୁ ପ୍ରେମ ନିବେଦନ କରିଥିଲେ । ଏଥିରେ ବିଫଳ ହେବାରୁ ରାଗି ଯାଇଥିଲେ ରାଜକିଶୋର । ଫଟୋଗୁଡିକୁ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠାଇ ଦେବାକୁ କହି ବ୍ଲାକ୍‌ମେଲିଂ କରିଥିଲେ । ଏକଥା ସଂପୃକ୍ତ ମହିଳା ତାଙ୍କ ସ୍ୱାମୀଙ୍କୁ ଜଣାଇବା ପରେ ମଧ୍ୟ ରାଜକିଶୋର ମାନି ନଥିଲେ । ଶେଷରେ ବାଧ୍ୟ ହୋଇ ମହିଳା ଜଣଙ୍କ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍‌ ରାଜକିଶୋରଙ୍କ ବିରୋଧରେ ୩୮୫, ୫୦୬,୩୫୪ ଆଇପିସି ଦଫା ଲଗାଇ ତାଙ୍କୁ କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking