28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ପୁଣି ବଢିଲା କୋରୋନା ସଂକ୍ରମଣ : ଆଉ ୬୫୩ ଜଣ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ପୁଣି ବଢିଲା କୋରୋନା ସଂକ୍ରମଣ : ଆଉ ୬୫୩ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା କୋରୋନା ସଂକ୍ରମଣ । ମଙ୍ଗଳବାର ଚିହ୍ନଟ ୪୮୭ ଆଜି (ବୁଧବାର) ମାମଲା ବଢିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୫୩ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୮୪ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୨୬୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ୧୨୮ କିଶୋର ଆକ୍ରାନ୍ତ ହୋଇଛନ୍ତି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୩, ବାଲେଶ୍ବର ୯, ବରଗଡ ୨୭, ଭଦ୍ରକରୁ ୪, ବଲାଙ୍ଗୀରରୁ ୩୯, ବୌଦ୍ଧରୁ ୪, କଟକରୁ ୧୯, ଦେଓଗଡରୁ ୪, ଢେଙ୍କାନାଳରୁ ୧, ଗଜପତିରୁ ୭, ଗଞ୍ଜାମରୁ ୧୫, ଜଗତସିଂହପୁର ୫, ଯାଜପୁରରୁ ୧୪, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୧୫, କେନ୍ଦ୍ରାପଡାରୁ ୭, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହପରି କୋରାପୁଟରୁ ୧୩, ମୟୂରଭଞ୍ଜରୁ ୩୩, ନବରଙ୍ଗପୁରରୁ ୧୪, ନୟାଗଡରୁ ୧୭, ନୂଆପଡାରୁ ୮, ପୁରୀରୁ ୩, ରାୟଗଡାରୁ ୪, ସମ୍ବଲପୁରରୁ ୪୬, ସୋନପୁରରୁ ୧୪, ସୁନ୍ଦରଗଡରୁ ସର୍ବାଧିକ ୧୭୩ ଓ ଷ୍ଟେଟପୋଲରୁ ୨୧ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୦ ହଜାର ୬୬୭ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୫୨୧୩ ସକ୍ରିୟ ମାମଲା ରହିଛି । ନୂଆ ୯୮୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୩ ଲକ୍ଷ ୬ ହଜାର ୨୪୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking