30.1 C
Bhubaneswar
Wednesday, April 24, 2024
Homeଅପରାଧମହିଳାଙ୍କ ସାମ୍ନାରେ ପ୍ରାଇଭେଟ ପାର୍ଟ ଦେଖାଉଥିଲା ବ୍ୟକ୍ତି: ରାଗରେ ଆସି ଗାଁଲୋକ ଦେଲେ ଭୟଙ୍କର ଦଣ୍ଡ

ମହିଳାଙ୍କ ସାମ୍ନାରେ ପ୍ରାଇଭେଟ ପାର୍ଟ ଦେଖାଉଥିଲା ବ୍ୟକ୍ତି: ରାଗରେ ଆସି ଗାଁଲୋକ ଦେଲେ ଭୟଙ୍କର ଦଣ୍ଡ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାରୁ ଏକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ବ୍ୟକ୍ତି ମହିଳାଙ୍କ ସାମ୍ନାରେ ନିଜର ପ୍ରାଇଭେଟ ପାର୍ଟ ପ୍ରଦର୍ଶନ କରୁଥିଲା, ଯାହାଫଳରେ ଯୁବକଙ୍କ ଅଣ୍ଡରୱିଅରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛନ୍ତି ଗ୍ରାମବାସୀ । ଏହି ଘଟଣା ବିଜଦେହି ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ନିଆଁରେ ଯୁବକ ଜଣକ ୨୦ ପ୍ରତିଶତ ଜଳି ଜଳିଯାଇଛନ୍ତି ।

ଅଭିଯୋଗ ହୋଇଛି ଯେ ଯୁବକ ଜଣକ ମହିଳାଙ୍କ ସାମ୍ନାରେ ଉଲଗ୍ନ ହୋଇ ହୋଇଥିଲେ । ପୋଲିସ ଦୁଇ ଅଭିଯୁକ୍ତ ଗ୍ରାମବାସୀଙ୍କୁ ଗିରଫ କରିଛି । କାଜଲି ଗାଁର ଜଣେ ଯୁବକ ଦୀପଚାନ୍ଦ ମହିଳାଙ୍କ ସାମ୍ନାରେ ନଗ୍ନ ହୋଇ ପ୍ରାଇଭେଟ ପାର୍ଟକୁ ଦେଖାଇଥିଲେ । ବୁଝାଇବା ପରେ ବି ଯୁବକ ଜଣକ ନିଜ କାର୍ଯ୍ୟରୁ ବିରତ ହୋଇନଥିଲେ ।

ରାଗରେ ଗାଁର କିଛି ଲୋକ ଆସି ଯୁବକର ଅନ୍ତବନ୍ତ୍ରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ । ଫଳରେ ଯୁବକଙ୍କ ପ୍ରାଇଭେଟ ପାର୍ଟର ୨୦ ପ୍ରତିଶତ ନିଆଁରେ ଜଳିଯାଇଛି । ରବିବାର ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି । ଆଇପିସିର ଧାରା ୩୨୪ ଏବଂ ୫୦୬ ଅନୁଯାୟୀ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଦୀପଚାନ୍ଦ ୨୦ ପ୍ରତିଶତ ପର୍ଯ୍ୟନ୍ତ ଜଳିଯାଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ବେତୁଲ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ତାଙ୍କ ବିରୋଧରେ ନିର୍ଯାତନା ମାମଲା ରୁଜୁ କରିଛି ପୋଲିସ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking