38.1 C
Bhubaneswar
Friday, April 26, 2024
Homeକରୋନାରାଜ୍ୟରେ ୨୦୦୦ ମୁହାଁ କୋରନା ସଂକ୍ରମଣ

ରାଜ୍ୟରେ ୨୦୦୦ ମୁହାଁ କୋରନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢାଇଛି କୋରନା । ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକରୁ ଅଧିକ ବଢିବାରେ ଲାଗିଛି । ରାଜ୍ୟରେ ୨୦୦୦ ମୁହାଁ କୋରନା ସଂକ୍ରମଣ ହେବାକୁ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭୪୧ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେନଟାଇନରୁ ୧୦୧୫ ଜଣ ଓ ୭୨୬ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୦୪ , କଳାହାଣ୍ଡିରେ ୧୧୪, ନୂଆପଡାରେ ୯୬, ବରଗଡରେ ୯୭, ସୁନ୍ଦରଗଡରେ ୮୪, କଟକରେ ୫୮ , ଅନୁଗୁଳ ଓ ଝାରସୁଗଡାରୁ ୪୩, ମୟୁରଭଞ୍ଜରେ ୩୯, ଷ୍ଟେଟପୁଲରେ ୪୬ , ସମ୍ବଲପୁରରେ ୧୨୧, ପୂରୀରେ ୫୪, ଯାଯପୁରରୁ ୩୮, ରାୟଗଡା ୩୫, ଗଜପତିରୁ ୧୪ ବଲାଙ୍ଗୀରରୁ ୯୩ ଓ ସୁବର୍ଣ୍ଣପୁରରୁ ୧୩, ଭଦ୍ରକରୁ ୧୧ , ଗଞ୍ଜାମରୁ ୨୭ , ବାଲେଶ୍ୱରରୁ ୧୫୮, ଯାଜପୁରରୁ ୧୫ ନବରଙ୍ଗପୁରରୁ ୮୦ , କେନ୍ଦୁଝରରୁ ୫୩ ଓ ଝାରସୁଗଡାରୁ ୩୧, ଦେବଗଡ, ଗଞ୍ଜାମ, ଜଗତସିଂପୁର, କୋରାପୁଟରୁ ୯ , କନ୍ଧମାଳରୁ ୮, ନୟାଗଡରୁ ୭, ବୌଦ୍ଧରୁ ୫, ମାଲକାନାଗିରିରୁ ୩, ଢେଙ୍କାନାଳ ଓ କେନ୍ଦ୍ରାପଡାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୨ କୁ ବୃଦ୍ଧି ହୋଇଛି ।  ତେବେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୦ ହଜାର ୦୬୨ ଜଣ ଓ ୯୨୫୯ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking