28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୭୨ ଘଣ୍ଟା ପାଇଁ ସର୍ବପୁରାତନ ବଜାର ବନ୍ଦ କଲା କମିଟି

୭୨ ଘଣ୍ଟା ପାଇଁ ସର୍ବପୁରାତନ ବଜାର ବନ୍ଦ କଲା କମିଟି

କେନ୍ଦୁଝର: ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରୁଛି । ମାସ୍କ ଓ ସାମାଜିକ ଦୂରତ୍ୱ ଉପରେ ଗୁରତ୍ୱ ଦେଇ ଅମାନିଆଙ୍କୁ ଫାଇନ ମଧ୍ୟ କରାଯାଉଛି । ଜିଲ୍ଲାର ବିଭିନ୍ନ ବ୍ଲକ ପରି କେନ୍ଦୁଝର ସହରରେ ମଧ୍ୟ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସହରର ସର୍ବପୁରାତନ ବଜାରରେ କିଛି ଦୋକାନୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ଦେଖି ଉକ୍ତ ବଜାରକୁ ପରିଚାଳନା କରୁଥିବା ରାହସ ପୂଜା କମିଟି ପକ୍ଷରୁ ଆଜି ଠାରୁ ୭୨ ଘଣ୍ଟା ପାଇଁ ଉକ୍ତ ବଜାରକୁ ବନ୍ଦ କରାଯାଇଛି । ଆଜି ଠାରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବଜାର କୁ ବନ୍ଦ କରାଯାଇଥିବା କମିଟି ପକ୍ଷରୁ ପତ୍ର ମାଧ୍ୟମରେ ପ୍ରଶାସନକୁ ଜଣାଇ ଦିଆଯାଇଛି । ଏହା ସହ ବଜାରକୁ ସାନିଟାଇଜ କରିବାକୁ ମଧ୍ୟ ପ୍ରଶାସନକୁ ଅନୁରୋଧ କରିଛି ପୂଜା କମିଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking