28.1 C
Bhubaneswar
Saturday, April 27, 2024
Homeଓଡିଶାକରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ

କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ

କାମାକ୍ଷ୍ୟାନଗର : ଜିଲ୍ଲାରେ ମାହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ଉଗ୍ରରୁପ ଧାରଣ କରିବାରେ ଲାଗିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କୁସୁମଯୋଡି ପଞ୍ଚାୟତର ମହୁଲି ଗ୍ରାମରେ ଜଣେ ମହିଳା ମାହାମାରୀ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ପରିବାରର ଅନ୍ୟ ତିନି ଜଣ ସଦସ୍ୟ ମଧ୍ୟ ସଂକ୍ରମିତ ଥିବା ଜଣାପଡିଛି । ମାତ୍ର ସେମାନେ ୧୨ ଦିନ ପୁର୍ବେ ହାଇଦ୍ରାବାଦରୁ ଫେରିଥିଲେ । ମହାମାରୀ କରୋନାରେ ମହିଳାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

ମିଳିଥିବା ସୁଚନା ମୁତାବକ, ଚଳିତ ମାସ ୧୩ ତରିଖରେ ଉକ୍ତ ପରିବାର ହାଇଦ୍ରାବାଦରୁ ନିଜ ଗ୍ରାମକୁ ଫେରିଥିଲେ । ଫେରିବା ପରେ ପଞ୍ଚାୟତ ତରଫରୁ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯାଇନଥିଲା । ଫେରିବାର ୧୦ ଦିନ ପରେ ଅର୍ଥାତ ୨୪ ତାରିଖରେ ମହିଳା ଜଣଙ୍କ ଅସୁସ୍ଥ ହେବା ଅନୁଭବ କରିଥିଲେ । ଚିକିତ୍ସା ପାଇଁ ଅଁଳାବେରେଣୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ମାତ୍ର ସେଠାରେ ତାଙ୍କର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲା । ପରିବାରର ଅନ୍ୟ ତିନିଜଣ ମଧ୍ୟ ସଂକ୍ରମିତ ଥିବା ଜଣାପଡିବା ପରେ ସେମାନଙ୍କୁ ଗୃହ ମଧ୍ୟରେ ସଂଗରୋଧରେ ରହିବାକୁ ଚିକିତ୍ସାଧିକାରୀ ପରାମର୍ଶ ଦେଇଥିଲେ । ତେବେ ଗତ କାଲି ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇବା ପରେ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଗ୍ରାମକୁ ଯାଇ କୋଭିଡ ପ୍ରୋଟକଲ ଅନୁସାରେ ଶବସତ୍କାର କରିବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking