33.1 C
Bhubaneswar
Thursday, April 25, 2024
Homeଓଡିଶାନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ

ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ

ଢେଙ୍କାନାଳ : ଜୀବନର ପରିଣତ ବୟସରେ ପର କରିଦେଲେ ପୁଅବୋହୂ । ଭତା ଟଙ୍କା ମଧ୍ୟ ଛଡାଇ ନେଇଥିଲେ । ରାଜ୍ୟ ସରକାରଙ୍କ ତରଫର ଆବାସ ଯୋଜନାରେ ମିଳିଥିବା ପକ୍କାଘରକୁ କବ୍‌ଜା କରିନେଇଥିଲେ । ପୁଅ ଓ ବୋହୂ ନିର୍ଯ୍ୟାତନା ଅସହ୍ୟ ହେବାରୁ ପରିଣତ ବୟସରେ ଝିଅଘରେ ଆସି ମୁଣ୍ଡ ଗୁଞ୍ଜିଥିଲେ । ଏବେ ଜୀବନର ଶେଷ ସମୟରେ ବାରଦୁଆର ଶୁଣ୍ଡି ପିଣ୍ଡା ହେବାକୁ ପଡୁଛି ମଧୁସୁଦନଙ୍କୁ । ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।

ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଳରାମପୁର ଗ୍ରାମରେ ବାସ କରିଥା’ନ୍ତି ମଧୁସୁଦନ ବେହେରା । ବୟସ ଆସି ୮୨ ବର୍ଷରେ ପହଞ୍ଚିଲାଣି । ମାତ୍ର ଦୁଃଖର ବିଷୟ ଜୀବନର ଶେଷ ସମୟରେ ତାଙ୍କୁ ବାରଦୁଆର ହେବାକୁ ପଡୁଛି । ମୁଲ ମଜୁରୀ କରି ପରିବାର ପୋଶିବା ସହିତ ପିଲାମାନଙ୍କୁ ମଣିଷ କରିଛନ୍ତି ସେ । ନିଜେ ସ୍କୁଲ ମାଡି ନଥିବା ବେଳେ ପିଲାମାନଙ୍କୁ ସ୍କୁଲକୁ ପାଠ ପଢିବା ପାଇଁ ପଠାଇଥିଲେ । ପୁଅ ଝିଅର ବାହାଘର କରିସାରିବା ପରେ ଭାବିଥିଲେ ସେ ଶାନ୍ତିରେ ଟିକେ ନିଶ୍ୱାସ ମାରିବେ ବୋଲି । ହେଲେ ଜୀବନର ବିଡମ୍ବନା ଶେଷରେ ସବୁ ଆଶା ଓ ଭରସା ପାଣିରେ ମିଶିଗଲା ।

୨୦୧୫ ମସିହାରେ ପତ୍ନୀଙ୍କ ଦେହାନ୍ତ ପରେ ଏକୁଟିଆ ହୋଇ ପଡିଥିଲେ ସେ । ପୁଅ ବୋହୂ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲେ । ଖାଇବାକୁ ଠିକ୍‌ରେ ନଦେବା ସହିତ ମଳିଥିବା ଭତା ଟଙ୍କାଙ୍କୁ ଛଡାଇ ନେଇଥିଲେ ସେମାନେ । ଶେଷରେ ମିଳିଥିବା ଆବାସ ଯୋଜନାରେ ମିଳିଥିବା ଘରଟିକୁ କବ୍‌୍‌ଜା କରିନେଇ ଘରୁ ବାହାର କରିଦେଇଥିଲେ । ପରେ ସେ ଝିଅ ଘରେ ଆସି ମୁଣ୍ଡ ଗୁଞ୍ଜି ଥିଲେ ମଧୁସୁଦନ । ହେଲେ ଝିଅ ଘରେ ବେଶି ଦିନ ରହିବା ସମ୍ଭବ ହେଲାନାହିଁ । ଏବେ ସେ ମନ୍ଦିର ପିଣ୍ଡି, ଦୋକାନ ବାରଣ୍ଡା ରେ ଆଶ୍ରୟ ନେଉଛନ୍ତି । ମାଗିଯାଚି ଯାହା ଦିଟା ମିଳିଲେ ଖାଉଛନ୍ତି ନହେଲ ନାହିଁ । ଏନେଇ ସେ ନ୍ୟାୟ ପାଇବା ଆସାରେ ଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ପାଇବା ସହିତ ଥଇଥାନ ଯୋଗାଇଦେବାକୁ ଗୁହାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking