30.1 C
Bhubaneswar
Wednesday, May 1, 2024
Homeଓଡିଶାକରୋନା ସଂକ୍ରମଣ ନେଇ ପ୍ରବାସୀଙ୍କ ଘରବାହୁଡ଼ା, ମୁଣ୍ଡ ବିନ୍ଧାଉଛନ୍ତି ଟ୍ରେନ ଯାତ୍ରୀ

କରୋନା ସଂକ୍ରମଣ ନେଇ ପ୍ରବାସୀଙ୍କ ଘରବାହୁଡ଼ା, ମୁଣ୍ଡ ବିନ୍ଧାଉଛନ୍ତି ଟ୍ରେନ ଯାତ୍ରୀ

କଟକ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ପୂର୍ବଭଳି ଏଥର ମଧ୍ୟ ପ୍ରବାସୀମାନେ ହଇରାଣ ହରକତ ହେବା ପୂର୍ବରୁ ପ୍ରବାସୀମାନେ ଘର ମୁହାଁ ହେଲେଣି । ବିଶେଷ କରି ସେମାନେ ଟ୍ରେନ ଯୋଗେ ଘରକୁ ଫେରୁଛନ୍ତି । ଯାହାଦ୍ୱାରା ରାଜ୍ୟରେ ମଧ୍ୟ ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରତିଦିନ କଟକ ରେଳଷ୍ଟେସନରେ ଶତାଧିକ ଯାତ୍ରୀ ଓହ୍ଲାଉଥିବା ଦେଖିବାକୁ ମିଳୁଛି । ତେବେ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଫେରନ୍ତା ରେଳଯାତ୍ରୀମାନଙ୍କୁ ସିଧାସଳଖ ଷ୍ଟେସନ ବାହାରକୁ ଯିବାକୁ ନଦେଇ କୋଭିଡ ଟେଷ୍ଟ କରାଯାଉଛି । ମାତ୍ର କିଛି ଯାତ୍ରୀ ଏହି ପ୍ରକିୟାନୁସାରେ ଗଲେ ଘରକୁ ପହଞ୍ôଚବାରେ ବିଳମ୍ବ ହେବା ଭାବି ଷ୍ଟେସନରେ ଗାଡ଼ି ଲାଗିବା ପରେ ପରେ ପ୍ଲାଟଫର୍ମକୁ ନ ଓହ୍ଲାଇ ଅପରପାଶ୍ୱର୍ରେ ରେଲଲାଇନ କଡ଼ରେ ଚାଲିଚାଲି ସହରଭିତରକୁ ପଶି ଆସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ପ୍ରଶାସନ ଦୃଷ୍ଟି ନଦେଲେ ନେଡ଼ିଗୁଡ଼ କହୁଣୀକୁ ବୋହି ଯିବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି । କଟକ ରେଳଷ୍ଟେସନରେ ଟ୍ରେନ ଫେରନ୍ତା ପ୍ରତି ଜିଲ୍ଲା ପ୍ରଶାସନ ଅଧିକ ଦୃଷ୍ଟି ଦେଉଛନ୍ତି । ଟ୍ରେନରେ ଯାତାୟତ କରୁଥିବା ଯାତ୍ରୀଙ୍କ ଲାଗି ଯାଞ୍ଚ ଓ ପରୀକ୍ଷା କଡାକଡି କରାଯାଉଛି । ୩ଟି ସିପ୍ଟରେ କର୍ମଚାରୀ ମାନେ କୋଭିଡ ଟେଷ୍ଟ କାଉଣ୍ଟରରେ ଡ୍ୟୁଟି କରୁଛନ୍ତି । ଯାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନଂ କରାଯିବା ପରେ ସନ୍ଦିଗ୍ଧମାନଙ୍କର ଆଣ୍ଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ରହିଛି ସେହିମାନଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳୁଛି । ଯେଉଁମାନଙ୍କର ପଜିଟିଭ ଚିହ୍ନଟ ହେଉଛି ସେମାନଙ୍କୁ ଚିକିତ୍ସା ପାଇଁ ପଠା ଯାଉଛି । ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ନହେବ । କିନ୍ତୁ କିଛି ବ୍ୟକ୍ତି ଟ୍ରେନରୁ ଓହ୍ଲାଇବା ପରେ ଲୁଚି କରି ପଳାଇବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବା ନିଜ ପରିବାରରେ କରୋନା ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଦାୟିତ୍ୱରେ ଥିବା ଅଧିକାରୀ ପରେଶ କୁମାର ନାୟକ ପ୍ରକାଶ କରିଛନ୍ତି । ତେବେ ଟ୍ରେନ ଯାତ୍ରୀମାନଙ୍କୁ ନିୟମିତ ଯାଞ୍ଚ କରାଯାଉଥିବାବେଳେ ଗତ ଶନିବାର ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୨ଶହରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୭ଜଣ କରୋନା ପଜିଟିଭ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking