29.1 C
Bhubaneswar
Wednesday, May 22, 2024
Homeଓଡିଶାଓଡିଶାର ପ୍ରଶଂସାରେ ବିଜେପି ଅସହିଷ୍ଣୁ: ବିଜେଡି

ଓଡିଶାର ପ୍ରଶଂସାରେ ବିଜେପି ଅସହିଷ୍ଣୁ: ବିଜେଡି

ଭୁବନେଶ୍ୱର: ସାରା ଭାରତବର୍ଷକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇ ଲୋକଙ୍କ
ଜୀବନ ରକ୍ଷା କରୁଥିବା ଓଡିଶାକୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର
ତାହାକୁ ସହ୍ୟ କରିପାରୁ ନାହାନ୍ତି । ଓଡିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ ଅଭ୍ୟାସଗତ ଭାବେ
ବିଭ୍ରାନ୍ତିକର ଓ ନମି ୍ନମାନର ମନ୍ତବ୍ୟ ଦେବା ସହିତ ଅସହିଷ୍ଣୁ ମନୋଭାବ ଦେଖାଉଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ
ଇପ୍‌ସିତା ସାହୁ ।
ବିଜେପି ନେତ୍ରୀଙ୍କୁ ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଅକ୍ସିଜେନ ଯୋଗାଣ ମାଧ୍ୟମରେ ଓଡିଶା ଏବେ
ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟର ଲୋକଙ୍କୁ ଜୀବନଦାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ରାଜ୍ୟର ଏଭଳି
ସହଯୋଗ ପାଇଁ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡିଶାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ତେବେ ଏଭଳି
ପ୍ରଶଂସାକୁ ଏବେ ରାଜ୍ୟ ବିଜେପି ହଜମ କରିପାରୁ ନାହିଁ । ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବକ୍ତବ୍ୟରୁ ଏହା ବାରିହୋଇ
ପଡୁଛି ।
ସୁଶ୍ରୀ ସାହୁ କହିଛନ୍ତି ଯେ ଶ୍ରୀମତୀ ସାମନ୍ତସିଂହାର ପିପିଲି ଟିକଟ ପାଇଁ ଆଶାୟୀ ଥିଲେ । ସେଥିରେ ସଫଳ
ନହେବା ଓ ଦଳରେ ନିଜର ପ୍ରାସଙ୍ଗିତା ହରାଉଥିବାରୁ ଏବେ ପ୍ରତିଦିନ ଗଣମାଧ୍ୟମରେ ଏଭଳି ଅବାନ୍ତର ବକ୍ତବ୍ୟମାନ
ଦେଉଛନ୍ତି । ଏଭଳି ମନ୍ତବ୍ୟ ଦେଇ ନିଜକୁ ଗଣମାଧ୍ୟମରେ ପ୍ରାସଙ୍ଗିକ କରି ରଖିବା ତାଙ୍କର ମୂଳ ଲକ୍ଷ୍ୟ
ହୋଇଥିବାବେଳେ ଓଡିଶାବାସୀ କିନ୍ତୁ ବିଜେପି ନେତ୍ରୀଙ୍କର ଏଭଳି ନିତିଦିନିଆ ମନଗଢା ବିବୃତ୍ତି ସଂକ୍ରାନ୍ତରେ
ଭଲଭାବେ ଅବଗତ ଅଛନ୍ତି ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking