28.1 C
Bhubaneswar
Saturday, April 27, 2024
Homeଓଡିଶାକରୋନା ଭୟରେ ମୃତଦେହକୁ ଛୁଇଁଲେନି ପରିବାର ଲୋକେ

କରୋନା ଭୟରେ ମୃତଦେହକୁ ଛୁଇଁଲେନି ପରିବାର ଲୋକେ

କେନ୍ଦୁଝର: ଏବେ ସାରା ରାଜ୍ୟରେ କରୋନା ପାଇଁ ତାଲା ବନ୍ଦ ଜାରି ରହିଛି । ତେବେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେକିବାକୁ ମିଳିଛି । ତେବେ ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ କରୋନା ଭୟରେ ସେହି ମୃତଦେହକୁ ଛୁଇଁନାହାନ୍ତି ପରିବାର ଲୋକେ । ଶେଷରେ ପ୍ରଶାସନ ପକ୍ଷରୁ ତାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି । ତେବେ ପୋଲିସର ସୂଚନା ମୁତାବର ମାର୍ଚ୍ଚ ୯ ତାରିଖରେ ରଂଜନ ପ୍ରଧାନ ନାମକ ଜମେ ବ୍ୟକ୍ତି ବେଙ୍ଗାଲୁରୁରୁ ନିଜ ଘରକୁ ଫେରିଥିଲେ । ତେବେ ବାହାର ରାଜ୍ୟରୁ ସେ ଫେରିଥିବାରୁ ଏନେଇ ପ୍ରଶାସନକୁ ଅବଗତ କରାଇଥିଲେ ଏବଂ ୧୧ ତାରିଖରୁ କ୍ୱାରେଣ୍ଟାଇନରେ ରହିଥିଲେ । ପରେ କ୍ୱାରେଣ୍ଟାଇନ ପିରିୟଡ ସରିବା ପରେ ସେ ଘରେ ରହିଥିଲେ । ହେଲେ  ତାଙ୍କର ସ୍ୱାସ୍ଥ୍ୟ ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ମାତ୍ର ହସ୍ପିଟାଲରେ ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହାକୁ ନେଇ,ଯେହେତୁ ସେ କ୍ୱାରେଣ୍ଟାଇନରେ ଥିଲେ, ସେଥିପାଇଁ ସେ କରୋନା ରୋଗୀ ସନ୍ଦେହ କରି ତାଙ୍କ ଶବକୁ ପରିବାର ସମତେ ଗ୍ରାମବାସୀ ଛୁଇଁନଥିଲେ ଓ ସତ୍କାର ପାଇଁ ପଛଘୁଞ୍ଚା ଦେଇଥିଲେ । ଏହି ଖବର ପାଇ ଘଟଣାସ୍ଥଳରେ ଚମ୍ପୁଆ ଆଇଆଇସି, ମାଜଷ୍ଟ୍ରେଟ ଏବଂ ସ୍ୱାସ୍ଥ୍ୟକର୍ମୀ ପହଞ୍ଚି ସମସ୍ତ ଘଟଣା ଶୁଣିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ନେଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking