30.1 C
Bhubaneswar
Wednesday, April 24, 2024
Homeଅପରାଧ୩ ଗିରଫ ଓ ୧୬୦୫ କଫ୍ ସିରପ ଓ ଟ୍ରକ ଜବତ

୩ ଗିରଫ ଓ ୧୬୦୫ କଫ୍ ସିରପ ଓ ଟ୍ରକ ଜବତ

ବଲାଙ୍ଗୀର, – କରୋନାର ବିକରାଳ ରୁପ ସାରାଦେଶକୁ ଏକ ରକମ ଗ୍ରାସ କରିଛି । ସାଧାରଣରେ ଦୋକାନ ବଜାର ଗାଡି ମଟର ବନ୍ଦ ରହିଛି । ଜିଲ୍ଲ୍‌ାର ସମସ୍ତ ମୁଖ୍ୟ ରାସ୍ତାରେ ବାରମ୍ବାର ପୋଲିସ ପଇଁତରା ମାରିବା ପରେ ବି ହେଉଛି କଫ୍ ସିରପ ଚୋରା ଚାଲାଣ । ବିଭିନ୍ନ ଉପାୟ ଆପଣେଇ ଜିଲ୍ଲାକୁ ଆସୁଛି କୋଡିନ ଜୁକ୍ତ ବେଆଇନ କଫ୍ ସିରପ । ତେବେ ବିଗତ ଦିନରେ ଜିଲ୍ଲା ପୋଲିସ ମଧ୍ୟ ଏହାକୁ ନେଇ ବେଶ ଜାଗୃତ ଥିବା ଦେଖାଦେଇଛି । ସେହିପରି, ରବିବାର ଦିନ ବଲାଙ୍ଗିର ସଦର ପୋଲିସ ଏକ ବିଶ୍ୱସ୍ଥ ସୁତ୍ର ରୁ କଫ ସିରପ ଚୋରା ଚାଲଣର ଖବର ପାଇ ବଲାଙ୍ଗିର ପାଟଣା ଗଡ ରାସ୍ତାରେ ଖୁଣ୍ଟପାଲି ଛକ ପାଖରେ ଜଗି ବସିଥିଲା । ସନ୍ଦେହ ବଶତଃ ନୟାଗଡ ରୁ ଆସୁଥିବା ଏକ ୪୦୭ ନଂ ସିଜି-୦୪ଜେଡି-୪୪୯୮ ଟ୍ରକ କୁ ରୋକି ଯାଞ୍ଚ କରିବାରୁ ସେଥିରୁ ୧୬୦୫ ବୋତଲ କୋଡିନ ଯୁକ୍ତ କଫ୍ ସିରପ (ଏସକଫ୍‌) ଧରା ପଡିଥିଲ।। ତେବେ ପୋଲିସ ଟ୍ରକ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରିବା ସହ ସମସ୍ତ କଫ ସିରପ ଓ ବ୍ୟବହୃତ ଟ୍ରକ ଜବତ କରିଥିବା ବଲାଙ୍ଗିର ସଦର ପୋଲିସ ପ୍ରକାଶ କରିଛି । ତେବେ ଏହି ଘଟଣାରେ ସଦର ପୋଲିସ ୧୩୬/୨୦ କେସ ରୁଜୁ କରିବା ସହ ନାରକୋଟିକ୍ସ ଆକ୍ଟ ର ୨୧ଖ/୨୯ ଧାରା ରେ ଅଇଁଳାଟୁଙ୍ଗା ଗ୍ରାମର ପିତବାସ ସାହୁ(୨୮), ଲୁହାସିଂହା ଗ୍ରାମର ବିଶିକେଶନ ପୁଟେଲ(୨୧) ଓ ସିନ୍ଦୁରବାହାଲ ଗ୍ରାମର ବିମଲ ପୋଢ(୨୩) ଙ୍କୁ କୋର୍ଟ ଚାଲାଣ କରିଥିବା ସୁଚନା ମିଳିଛି ।
ପ୍ରକାଶ ଯୋଗ୍ୟ ଯେ, ଗୋଟିଏ କଫ୍ ସିରପ କେସ୍ ରେ ୧୬୦ଟି କଫ୍ ସିରପ ରୁହେ । ବଲାଙ୍ଗିର ପୋଲିସ ୧୬୦୫ଟି କଫସିରପ ଜବତ କରିଛି । ତେବେ ଏହି ଟ୍ରକଟି ନୟାଗଡରୁ କେବଳ ଦଶ କେସ୍ କଫ୍ ସିରପ ନେଇ ବଲାଙ୍ଗିର ଆସିବାକୁ ସାଧାରଣରେ ଲୋକେ ସନ୍ଦେହ କରୁଛନ୍ତିି । ହୁଏତ ରାସ୍ତାଯାକ ବିଭିନ୍ନ ସ୍ଥାନରେ ଏହି ଟ୍ରକ ଟି କଫ ସିରପ ଡେଲିଭରି ଦେବା ପରେ ବଲାଙ୍ଗିର ପୋଲିସ ହାତରେ ଧରା ପଡିଛି ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଉଛି । ତେବେ ଏହି ଘଟଣାର ଉପଯୁକ୍ତ ଅନୁସନ୍ଧାନ ହେଲେ, ସମ୍ପୁର୍ଣ ଘଟଣାର ସତ୍ୟା ସତ୍ୟ ଲୋକ ଲୋଚନକୁ ଆସିବା ସହ ସମସ୍ତ ସଂପୃକ୍ତ ଆଇନ କବଳକୁ ଆସିପାରିବେ ବୋଲି ମତ ପ୍ରକାଶ ପାଉଛି ।

ସହଯୋଗର ହାତ ବଢାଇଲେ ସ୍ୱଂୟ ସହାୟକ ଗୋଷ୍ଠୀ : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଦେଲେ ୧୯୯୦୦ ଟଙ୍କା

 
ବଲାଙ୍ଗିର/ବଙ୍ଗୋମୁଣ୍ଡା,- କରୋନା ମହାମାରୀର ମୁକାବିଲା ପାଇଁ ଅନେକ ସହୃଦୟ ବ୍ୟକ୍ତି ସରକାରଙ୍କୁ ଆର୍ଥିକ ସହଯୋଗ କରୁଥିବା ଦେଖାଯାଉଛି । ତେବେ ସ୍ୱୟଂ ସହାୟକ ଗୋଷ୍ଟି କରି ନିଜ ପରିବାରର ଭରଣ ପୋଷଣ କରୁଥିବା ମହିଳା ମାନେ ବି ଏବେ ସରକାରଙ୍କୁ ସହାଯ୍ୟ ଯୋଗାଇବା ପାଇଁ ଆଗକୁ ଆସିଛନ୍ତି । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଯୁରାବନ୍ଧ ଗ୍ରାମରେ । ଏଠାରେ ଥିବା ବିଭିନ୍ନ ସଂୟ ସହାୟକ ଗୋଷ୍ଠୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଙ୍କୁ ୧୯ହଜାର ୯ ଶହ ଟଙ୍କା ସହାୟତା ପ୍ରଦାନ କରିଥିବା ସୁଚନା ମିଲିଛି । ସୁଚନାରୁ ପ୍ରକାଶ ଯେ, ଯୁରାବନ୍ଧ ଗ୍ରାମ ରେ ଗ୍ରାମ ରେ ଥବା ସମସ୍ତ ସ୍ୱଂୟ ସହାୟକ ଗୋଷ୍ଠୀ ର ସମସ୍ତ ସଦଶ୍ୟ ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ଗୋଲାପ ଫୁଲ ରାଉତ,ଅଙ୍ଗନୱାଡି କର୍ମୀ ଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ସଭା ରେ କରୋନା ସମ୍ପକିୟ ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ରାଜ୍ୟ ରେ ଥିବା ଅସହାୟ,ନିରୀହ ବ୍ୟକ୍ତି,ରୋଗୀ,ଅନାଥ,ମସ୍ତିଷ୍କ ବିକୃତି ବ୍ୟକ୍ତି ବିଶେଷ ଖାଦ୍ୟଭାବ ବୋଗୁଥିବା ନେଇ ଚର୍ଚ୍ଚା ହୋଇଥିଲ।। ତେବେ କେବଳ ସରକାରୀ ପ୍ରଚେଷ୍ଟାରେ ଏହାକୁ ସମ୍ପୁର୍ଣ ରୁପେ ଦୁର କରାଯାଇ ପାରିବ ନାହିଁ । ଏଥିରେ ଆମେ ସମସ୍ତେ ସାହାଯ୍ୟର ହାତ ବଢାଇ ପାରିଲେ ଅନେକ ଅସୁବିଧାର ସମାଧାନର ବାଟ ଫିଟିବ । ଆହୁରି ସମସ୍ତ ସ୍ୱୟଂ ସହାୟକ ଗୋଷ୍ଟି ନିଜ ଶକ୍ତି ମୁତାବକ ସରକାରଙ୍କୁ ସହେଯାଗ କରିବେ ବୋଲି ସର୍ବ ସମ୍ମତି ପ୍ରକାଶ ପାଇଥିଲା । ପରେ ଅଞ୍ଚଳର ବଢାମାଁ ସାବିତ୍ରୀ ସ୍ୱଂୟ ସହାୟକ ଗୋଷ୍ଠୀ,ଗଜଲକ୍ଷ୍ମୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ଦୁର୍ଗା ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ଅନୁସୂୟା ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ଗାୟତ୍ରୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ବୀଣାପାଣି ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ନାରାୟଣୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ସମଲେଶ୍ୱରୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ଲକ୍ଷ୍ମୀ ନାରାୟଣୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ବୈଷ୍ଣବୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ମହାଲକ୍ଷ୍ମୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ତାରିଣୀ ସ୍ୱଂୟ ସହାୟକ ଗୋଷ୍ଠୀ,ବିଷ୍ଣୁପ୍ରିୟା ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ମଙ୍ଗଲା ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ବନସ୍ପତି ବନଦୁର୍ଗା ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ପାଟଣେଶ୍ୱରୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ମାଣିକେଶ୍ୱରୀ ସ୍ୱଂୟ ସହାୟକ ଗୋଷ୍ଠୀ,ମାଁ ସରସ୍ୱତୀ ସ୍ୱଂୟ ସହାୟକ ଗୋଷ୍ଠୀ ମିଶି ମୋଟ ୧୯ ହଜାର ୯ ଶହ ଟଙ୍କା ସଂଗ୍ରହ କରିବାକୁ ସଫଳ ହୋଇଥିଲେ । ଯାହକୁ ସର୍ବ ସାଧାରଣଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଦାନ କରିଥିବା ସୁଚନା ରହିଛି । ମହିଳା ମାନଙ୍କ ଏହି ମହତ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking