38.1 C
Bhubaneswar
Friday, April 26, 2024
Homeଓଡିଶାଗ୍ରାମର ଜାହିରା ନିକଟରେ କରୋନା ଶବ ପୋଡାନେଇ ତୁମୁଳକାଣ୍ଡ , ଜାମିନରେ ଆସିଲେ ୮ଗିରଫ

ଗ୍ରାମର ଜାହିରା ନିକଟରେ କରୋନା ଶବ ପୋଡାନେଇ ତୁମୁଳକାଣ୍ଡ , ଜାମିନରେ ଆସିଲେ ୮ଗିରଫ

ମୟୂରଭଞ୍ଜ- ଗତମାସ 11 ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସୁନାରିପୋଷି ଗ୍ରାମରେ କୋଭିଡରେ ମୃତ ବୃଦ୍ଧାଙ୍କ ଶବସତ୍କାରକୁନେଇ ଘଟିଥିଲା ତୁମୁଳ କାଣ୍ଡ । ଗ୍ରାମର ଜାହିରl ପାଖରେ ଶବଦାହ କରିବାକୁ ବାରଣ କରିଥିଲେ ସୁନାରିପୋଷି ଗ୍ରାମବାସୀ । ପ୍ରଶାସନ ମଧ୍ୟ ସେଠାରେ ଶବଦାହ ନ କରିବାକୁ ରାଜି ହୋଇଥିଲା। ହେଲେ କୌଣସି କାରଣରୁ ଶବଦାହ ପ୍ରତିବାଦକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୁହାଁମୁହିଁ ହୋଇଥିଲେ ପ୍ରଶାସନ ଓ ଗ୍ରାମବାସୀ। ଉତ୍ୟକ୍ତ ଲୋକେ ପ୍ରଶାସନନିକ ଅଧିକାରୀ,ଡାକ୍ତର ଏବଂ ପୋଲିସକୁ ଆକ୍ରମଣ କରିଥିଲେ। ତେବେ ଆଦିବାସୀଙ୍କ ପୂଜାସ୍ଥଳ ଜାହିରାଶାଳ ନିକଟରେ ଶବ ସତ୍କାର କରୁଥିବାରୁ ଗ୍ରାମବାସୀଙ୍କୁ ତଣ୍ଡ ଦେବା ଏବଂ ସେଠାରୁ ଅଧାପୋଡା ଶବକୁନେଇ ଅନ୍ୟଏକ ସ୍ଥାନରେ ସତ୍କାର କରିଥିଲେ । ସେ ଘଟଣାକୁନେଇ ଠାକୁରମୁଣ୍ଡା ପୋଲିସ ନିଜ ପକ୍ଷରୁ ଏକ ମାମଲା ରୁଜୁ କରି ୮ ଜଣକୁ ଗିରଫ କରି ଜେଲ ହାଜତକୁ ପଠାଇଥିଲେ । ସେଥିରୁ ସଂପୃକ୍ତ ଆଠ ଜଣ ମଧ୍ୟରେ 6 ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା ଆଜି ଅପରାହ୍ନରେ ଜାମିନରେ ବାହାରିଛନ୍ତି । ସଂପୃକ୍ତ ଆଠ ଜଣ କରଞ୍ଜିଆ ଉପକାରଗରରୁ ବାହାରିଲା ପରେ ସୁନାରିପୋଷି ଗ୍ରାମରୁ ଆସିଥିବା ମହିଳାମାନେ ଫୁଲଚନ୍ଦନ ଦେଇ ବନ୍ଦାପନା କରି ଜେଲ ପରିସରରୁ ପାଛୋଟି ନେଇ ଥିବାର ଦେଖିବାକୁ ମିଳିଛି । ସେଦିନ ଘଟିଯାଇଥିବା ଅପ୍ରୀତିକର ଘଟଣାରେ ପୋଲିସ ହାତରେ ଗିରଫ ହୋଇ ଜେଲ ଯାଇଥିବା ୮ଜଣ ସେଦିନର ଘଟଣାରେ ଜଡିତ ନ ଥିଲେ ମଧ୍ୟ ସେମାନଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିଲା। ଯୋଉଥିପାଇଁ ଦାୟିତ୍ବସଂପନ୍ନ ନିରପେକ୍ଷ ସେବା ଯୋଗାଇବାର ଶପଥ ନେଇ କାର୍ଯ୍ୟ କରୁଥିବା ପୋଲିସ ବିଭାଗର ସ୍ଥାନୀୟ ଅଧିକାରୀଙ୍କ ମାନମାନିକୁ ଏହିଭଳି ଭାବରେ ପ୍ରତିବାଦ ଜଣାଇ ଜାମିନରେ ମୁକୁଳି ଥିବା ନିରପରାଧଙ୍କୁ ସସମ୍ମାନେ ଫୁଲଚନ୍ଦନରେ ବନ୍ଦାପନା କରି ପାଛଟି ନେଉଛୁ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳାମାନେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking