27.1 C
Bhubaneswar
Tuesday, May 7, 2024
Homeଓଡିଶାଛତାଆମ୍ବ ଜଙ୍ଗଲରୁ ବିଫଳ ପରିମାଣର ବିସ୍ପରୋକ ସାମଗ୍ରୀ ଜବତ କଲେ ବିଏସଫ

ଛତାଆମ୍ବ ଜଙ୍ଗଲରୁ ବିଫଳ ପରିମାଣର ବିସ୍ପରୋକ ସାମଗ୍ରୀ ଜବତ କଲେ ବିଏସଫ

ବୈପାରୀଗୁଡା – କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଛତାଆମ୍ବ ଗାଁ ଜଙ୍ଗଲରେ ବିପୁଳ ପରିମାଣର ବିଶ୍ୱରୋକ ସାମଗ୍ରୀ ଜବତ କରିଛନ୍ତି ବିଏସଫ ଯବାନମାନେ lବିଶେଷ ସୂତ୍ରରୁ ଖବର ପାଇବା ପରେ ଦଣ୍ଡାବାଡି ସ୍ଥିତି ୧୫୧ ବାଟାଲିୟନ ବିଏସଏଫ କଂପାନୀ କମାଣ୍ଡର ଏସଏସ ଝାମୁଯାଲୁଙ୍କ ନିର୍ଦ୍ଧେଶ କ୍ରମେ ଦଣ୍ଡାବାଡି ପଞ୍ଚାୟତ ଅନ୍ତର୍ଗତ ଛତାଆମ୍ବ ଜଙ୍ଗଲରେ କଂମି ଅପରେସନ କରାଯାଇଥିଲା l ଛତାଆମ୍ବ ଗାଁ ନିକଟରେ ଥିବା ଜଙ୍ଗଲର ପାହାଡ଼ ପଥର ସନ୍ଧିରୁ ବିପୁଳ ପରିମାଣର ବିଶ୍ୱରୋକ ସାମଗ୍ରୀ ଜବତ ହୋଇଛି lଜବତ ସାମଗ୍ରୀ ମଧ୍ୟରୁ ୪୭ଡିଲେଟିନ, ୪୨ଟି ଡିଟନେଟର, ୫୦ମିଟର ୱାଇର, ଢ଼ାଳୁ ଷ୍ଟଲ ଟିଫିନ ୩ଟି, ପେକିଙ୍ଗ ଟେପ ଗୋଟେ, ୨କେଜି ନଟବ୍ଳଟ, ଜବତ କରାଯାଇଛି lଦଣ୍ଡାବାଡି ଏକ ମାଓ ପ୍ରବଣ ଅଂଚଳ ହୋଇଥିବାରୁ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଏପରି ବିଶ୍ୱରୋକ ସାମଗ୍ରୀ ରଖାଯାଇଥିବା ଜଣାପଡିଛି l

ରିପୋର୍ଟ – ବନଲତା ଲେଙ୍କା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking