38.1 C
Bhubaneswar
Friday, April 26, 2024
Homeକୋପା ଆମେରିକା ଫୁଟବଲ୍ କପ୍‌-୨୦୨୧ଡିଫେଣ୍ଡିଂ ଚାମ୍ପିୟନ ଭାବରେ ମଇଦାନକୁ ଓହ୍ଲାଇବ ଏହି ଟିମ୍‌

ଡିଫେଣ୍ଡିଂ ଚାମ୍ପିୟନ ଭାବରେ ମଇଦାନକୁ ଓହ୍ଲାଇବ ଏହି ଟିମ୍‌

ନୂଆଦିଲ୍ଲୀ: କୋପା ଆମେରିକା ୬ଷ୍ଠ ଥର ପାଇଁ ବ୍ରାଜିଲରେ ଆୟୋଜନ ହେବ । ଗତ ଟୁର୍ଣ୍ଣାମେଣ୍ଟ ବି ବ୍ରାଜିଲରେ ଆୟୋଜିତ ହୋଇଥିଲା । ଯେଉଁଥିରେ ଆୟୋଜକ ଦଳ ବିଜୟ ହାସଲ କରିଥିଲା । ଆର୍ଜେଣ୍ଟିନା ସବୁଠୁ ଅଧିକ ୯ ଥର କୋପା ଆମେରିକା ଆୟୋଜନ କରିଛି ଏବଂ ସେହିଭଳି ଉରଗବେ ଓ ଚିଲ୍ଲୀ ୭-୭ ଥର ଏହାର ଆୟୋଜନ କରିଛନ୍ତି । କୋପା ଆମେରିକାରେ ଉରଗବେ ଓ ଆର୍ଜେଣ୍ଟିନାର  ଖ୍ୟାତି ରହିଛି । ଉରଗବେ ସବୁଠୁ ଅଧିକ ୧୫ ଥର ଏହି ଟୁର୍ଣ୍ଣାମେଣ୍ଟ ଜିତିଥିଲା  । ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଜିତିବାକୁ ୧୦ ବର୍ଷ ବିତି ଯାଇଛି । ଆର୍ଜେଣ୍ଟିନା ୧୪ ଥର ଏହି ଟୁର୍ଣ୍ଣାମେଣ୍ଟକୁ ଜିତିଛି ଏବଂ ସେ  ଶେଷ ଥର କୋପା ଆମେରିକା ୧୯୯୩ରେ ଜିତିଥିଲା । ବ୍ରାଜିଲ ୯ ଥର କୋପା ଆମେରିକା ଚାମ୍ପିୟନ ବନି ସାରିଛି । ଚଳିତ ଥର ସେ ଡିଫେଣ୍ଡିଂ ଚାମ୍ପିୟନ ଭାବରେ ମଇଦାନକୁ ଓହ୍ଲାଇବ । ଚିଲୀ ଓ ପେରୁ କୋପା ଆମେରିକାକୁ ୨-୨ ଥର ଜିତିଛନ୍ତି ।
ତେବେ ଏଠାରେ କହିରଖୁଛୁ, ସୋମବାର ଦକ୍ଷିଣ ଆମେରିକା ର ସର୍ବୋଚ୍ଚ ଫୁଟବଲ  ସଂସ୍ଥା କାନମେବାଲ୍ ଘୋଷଣା କରିଛି ଯେ, କୋପା ଆମେରିକା ୨୦୨୧ ବ୍ରାଜିଲରେ ଆୟୋଜିତ କରାଯିବ । ତେବେ ଏହାର ସେଡ୍ୟୁଲ ବଦଳାଯିବ କି ନାହିଁଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । କହିରଖୁଛୁ କନମେବଲ ଆର୍ଜେଣ୍ଟିନାର ହୋଷ୍ଟିଂ କୁ ଖାରଜ କରି ଦେଇଥିଲା । କାରଣ ସେଠାରେ କୋଭିଡ ୧୯ ମାମଲାରେ ଲଗାତର ଭାବରେ ବୃଦ୍ଧି ପରିଲକ୍ଷିତ ହେଉଛି । ଆର୍ଜେଣ୍ଟିନା ଓ କୋଲମ୍ବିଆକୁ କୋପା ଆମେରିକାର ସଂଯୁକ୍ତ ହୋଷ୍ଟିଂ ହସ୍ତାନ୍ତର କରାଯାଇଥିଲା । କୋଲମ୍ବିଆରେ ରାଜନୈତିକ ମାହୋଲ ପାଇଁ ତାକୁ ହଟାଇ ଦିଆଯାଇଥିଲା । ଆର୍ଜେଣ୍ଟିନା ଏକା ହିଁ ହୋଷ୍ଟିଂ ପାଇଁ କହିଥିଲା । ହେଲେ ଏବେ ସିଏ ବି ଏହାର ଆୟୋଜନ କରିପାରିବନି ଏବଂ ଏହି ଟୁର୍ଣ୍ଣାମେଣ୍ଟକୁ ବ୍ରାଜିଲ ସିଫ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking