33.1 C
Bhubaneswar
Wednesday, April 24, 2024
Homeକରୋନାବିହାରରେ ନୂଆ କରୋନା ଗାଇଡ଼ ଲାଇନ

ବିହାରରେ ନୂଆ କରୋନା ଗାଇଡ଼ ଲାଇନ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ବିହାରରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପରେ ବର୍ତ୍ତମାନ ବିହାରରେ ଲକ ଡାଉନ ସମାପ୍ତ ହୋଇଛି । ବୁଧବାର କ୍ରାଇସିସ ମ୍ୟାନେଜମେଣ୍ଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଲକଡାଉନ୍ କାରଣରୁ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ତେଣୁ ଲକଡାଉନ୍ ଶେଷ କରିବା ସହ ସନ୍ଧ୍ୟା ସାତଟାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ  ।

ଏହି ବ୍ୟବସ୍ଥା କେବଳ ଆଗାମୀ ଏକ ସପ୍ତାହ ପାଇଁ ରହିବ

ନୀତୀଶ କୁମାର କହିଛନ୍ତି ଯେ ବର୍ତ୍ତମାନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ଅପରାହ୍ନ 4 ଟା ପର୍ଯ୍ୟନ୍ତ 50 ପ୍ରତିଶତ ଉପସ୍ଥାନ ସହିତ ଖୋଲିବେ । ଦୋକାନର ଖୋଲିବା ସମୟ ଅପରାହ୍ନ 5 ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେ କହିଛନ୍ତି  ଅନଲାଇନ୍ ଶିକ୍ଷା କାର୍ଯ୍ୟ କରାଯାଇପାରିବ । ଘରୋଇ ଯାନବାହାନ ଚଳାଚଳ କରିବାକୁ ଅନୁମତି ଦିଆଯିବ । ଆଗାମୀ ଏକ ସପ୍ତାହ ପାଇଁ ଏହି ବ୍ୟବସ୍ଥା ହେବ । ତଥାପି ଅତ୍ୟଧିକ ଗହଳିରୁ ଦୂରେଇ ରହିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking