38.1 C
Bhubaneswar
Tuesday, April 23, 2024
Homeକୋପା ଆମେରିକା ଫୁଟବଲ୍ କପ୍‌-୨୦୨୧ବ୍ରାଜିଲରେ ହେବ କୋପା ଆମେରିକା ୨୦୨୧ ଟୁର୍ଣ୍ଣାମେଣ୍ଟ

ବ୍ରାଜିଲରେ ହେବ କୋପା ଆମେରିକା ୨୦୨୧ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: କୋପା ଆମେରିକା କେଉଁ ଦେଶରେ ଆୟୋଜିତ ହୋଇଥାଏ । ଶେଷରେ ଫ୍ୟାନଙ୍କୁ ଏହାର ଉତ୍ତର ମିଳିସାରିଛି । ସୋମବାର ଦକ୍ଷିଣ ଆମେରିକା ର ସର୍ବୋଚ୍ଚ ଫୁଟବଲ  ସଂସ୍ଥା କାନମେବାଲ୍ ଘୋଷଣା କରିଛି ଯେ, କୋପା ଆମେରିକା ୨୦୨୧ ବ୍ରାଜିଲରେ ଆୟୋଜିତ କରାଯିବ । ତେବେ ଏହାର ସେଡ୍ୟୁଲ ବଦଳାଯିବ କି ନାହିଁଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । କହିରଖୁଛୁ କନମେବଲ ଆର୍ଜେଣ୍ଟିନାର ହୋଷ୍ଟିଂ କୁ ଖାରଜ କରି ଦେଇଥିଲା । କାରଣ ସେଠାରେ କୋଭିଡ ୧୯ ମାମଲାରେ ଲଗାତର ଭାବରେ ବୃଦ୍ଧି ପରିଲକ୍ଷିତ ହେଉଛି । ଆର୍ଜେଣ୍ଟିନା ଓ କୋଲମ୍ବିଆକୁ କୋପା ଆମେରିକାର ସଂଯୁକ୍ତ ହୋଷ୍ଟିଂ ହସ୍ତାନ୍ତର କରାଯାଇଥିଲା । କୋଲମ୍ବିଆରେ ରାଜନୈତିକ ମାହୋଲ ପାଇଁ ତାକୁ ହଟାଇ ଦିଆଯାଇଥିଲା । ଆର୍ଜେଣ୍ଟିନା ଏକା ହିଁ ହୋଷ୍ଟିଂ ପାଇଁ କହିଥିଲା । ହେଲେ ଏବେ ସିଏ ବି ଏହାର ଆୟୋଜନ କରିପାରିବନି ଏବଂ ଏହି ଟୁର୍ଣ୍ଣାମେଣ୍ଟକୁ ବ୍ରାଜିଲ ସିଫ୍ଟ କରାଯାଇଛି । କହିରଖୁଛୁ, କୋପା ଆମେରିକାର ଆରମ୍ଭ ୧୪ ଜୁନରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଓ ଚିଲୀ ମଧ୍ୟରେ ମୁକାବିଲା ହେବ । ହେଲେ ଏବେ ଏହାର ସେଡ୍ୟୁଲରେ ପରିବର୍ତ୍ତନ ହୋଇପାରେ । ୧୦ ଟିମ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଗ୍ରୁପରେ ବ୍ରାଜିଲ, କୋଲମ୍ବିଆ, ଇକ୍ୱାଡୋର, ପେରୁ ଓ ବେନେଜୁଏଲା ରହିଛି । ଅନ୍ୟ ଗ୍ରୁପରେ ଆର୍ଜେଣ୍ଟିନା, ବୋଲିବିୟା, ଚିଲୀ, ପେରାଗୁଏ ଓ ଉରୁଗବେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking