29.1 C
Bhubaneswar
Saturday, April 27, 2024
Homeକରୋନା ଓଡିଶାରାଜଧାନୀରେ ବଢ଼ୁଛି କଣ୍ଟେନ୍‌ମେଣ୍ଟ ଓ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌, ୧୦ ଦିନରେ ୧୨୦ ସ୍ଥାନ ଘୋଷଣା

ରାଜଧାନୀରେ ବଢ଼ୁଛି କଣ୍ଟେନ୍‌ମେଣ୍ଟ ଓ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌, ୧୦ ଦିନରେ ୧୨୦ ସ୍ଥାନ ଘୋଷଣା

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଅହେତୁକ ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ମୁକାବିଲା ପୂର୍ବକ ବିଏମ୍‌ସି ପକ୍ଷରୁ ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍ କରାଯାଉଛି । ଜାନୁଆରୀ ପହିଲାରୁ ନିୟମିତ ଭାବେ ସହରର ଏକାଧିକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଉଛି । ଫଳରେ ମାତ୍ର ୧୦ ଦିନ ମଧ୍ୟରେ ରାଜଧାନୀର ୧୨୦ ସ୍ଥାନରେ କଣ୍ଟେନ୍‌ମେଣ୍ଟ ଓ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ହୋଇ ସାରିଲାଣି ।

ଶୁକ୍ରବାର ଆଉ ୧୧ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଚିହ୍ନଟ କରାଯାଇଛି ।  ଦକ୍ଷିଣପୂର୍ବ ଜୋନର ୱାର୍ଡ ନଂ ୨୯ ଅନ୍ତର୍ଗତ ୟୁନିଟ-୯ର କ୍ୱାଟର ନଂ ୱାନ୍ ଇ-୪୫/୩, ୟୁନିଟ-୯ର ୨ଆର୍‌ଏ-୧୫, ୱାର୍ଡ ନଂ ୩୪ ଅନ୍ତର୍ଗତ ସତ୍ୟନଗର ଅଞ୍ଚଳର ତୋଷାଳୀ ଆପାର୍ଟମେଣ୍ଟର ଫ୍ଲାଟ ନଂ ୨୦୧, ୱାର୍ଡ ନଂ ୪୩ର ଲକ୍ଷ୍ମସାଗର ଏଲ୍‌ବି ୧୦୦, ୱାର୍ଡ ନଂ ୫୯ର ଶ୍ରୀରାମ ନଗର ପ୍ଲଟ ନଂ ୮୧୪/୪୦୧୧ ଏବଂ ଦକ୍ଷିଣପଶ୍ଚିମ ଜୋନ୍‌ର ନୟାପଲ୍ଲୀ ସିଭିକ୍ ସେଣ୍ଟର ଆଇଆରସି ଭିଲେଜର ରିଜିଓନାଲ ଅଫିସର ପ୍ରଥମ ମହଲାକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ କରାଯାଇଛି ।

ସେହିପରି ଉତ୍ତର ଜୋନର ୱାର୍ଡ ନଂ ୪ ଅନ୍ତର୍ଗତ ନହରକଣ୍ଟାର ରୋଶନ ଆପାର୍ଟମେଣ୍ଟ ଫ୍ଲାନ ନଂ ୮, ୱାର୍ଡ ନଂ ୧୬ର ମୈତ୍ରୀ ବିହାର ବ୍ଲକ୍‌-୩, କୋର୍‌-୧ବିର ଫ୍ଲାଟ ନଂ ୫, ୱାର୍ଡ ନଂ ୧ର ପଟିଆ, ସମ୍ପର୍କ ବିହାର ପ୍ଲଟ ନଂ ୫୬ ଏବଂ ୱାର୍ଡ ନଂ ୩ର ପଟିଆ ରେଗାଲ ଡୋଭ୍‌୍ ଆପାର୍ଟମେଣ୍ଟ ୪୦୨କୁ କଣ୍ଟେନ୍‌ମେଣ୍ଟ କରାଯାଇଛି । ସୂଚନା ଥାଉ କି, ୫ତାରିଖରେ ୧୦ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ କରାଯାଇଥ?ବାବେଳେ ୬ରେ ୯ଟି ଅଞ୍ଚଳ, ୭ରେ ୧୧ଟି ଅଞ୍ଚଳ, ୮ ତାରିଖରେ ୨୩ଟି ଅଞ୍ଚଳ, ୯ ତାରିଖରେ ୧୯ଟି ଅଞ୍ଚଳ, ୧୦ ତାରିଖରେ ୧୨ଟି ଅଞ୍ଚଳ, ୧୧ ତାରିଖରେ ୧୬ଟି ଅଞ୍ଚଳ, ୧୨ ତାରିଖରେ ୯ଟି ଏବଂ ୧୪ ତାରିଖରେ ୧୧ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ମାକ୍ରୋ କଣ୍ଟେନ୍‌ମେଣ୍ଟ ଭାବେ ଚିହ୍ନଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking